ଡ. ଅଚ୍ୟୁତ ସାମନ୍ତଙ୍କୁ ‘ଏଫ୍‌ଆଇସିସିଆଇ ପର୍ସନାଲିଟି ଅଫ୍‌ ଦି ଇଅର’ ସମ୍ମାନ

ନୂଆଦିଲ୍ଲୀ (କେ ନ୍ୟୁଜ୍‌) : ଶିକ୍ଷାବିତ ଓ ସମାଜସେବୀ ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଆଉ ଏକ ମର୍ଯ୍ୟାଦାପୂର୍ଣ୍ଣ ସମ୍ମାନ । ଫେଡେରେସନ୍‌ ଅଫ୍‌ ଇଣ୍ଡିଆନ୍‌ ଚାମ୍ବରସ ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ପକ୍ଷରୁ ସମ୍ମାନଜନକ ପର୍ସନାଲିଟି ଅଫ୍‌ ଦି ଇଅର ସମ୍ମାନ ପ୍ରଦାନ କରାଯାଇଛି । ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ଜୀବନବ୍ୟାପୀ ଉଦାହରଣମୂଳକ କାର୍ଯ୍ୟ କରି ସମାଜରେ ଉଲ୍ଲେଖନୀୟ ବିକାଶ ଆଣିପାରିଥିବାରୁ ଆଜି ନୂଆ ଦିଲ୍ଲୀରେ ଏଫଆଇସିସିଆଇ ଦ୍ୱାରା ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଡକ୍ଟର ସାମନ୍ତଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି । ଏକବିଂଶ ଶତାବ୍ଦୀରେ ସାମଜିକ ଓ ଅର୍ଥନୈତିକ ବିକାଶ ପାଇଁ ଶିକ୍ଷା ହିଁ ଏକମାତ୍ର ବିକଳ୍ପ ବୋଲି ଏଫଆଇସିସିଆଇର ହୃଦବୋଧ ହୋଇଛି ।

FOUNDER-1

ଏଫଆଇସିସିଆଇ ପକ୍ଷରୁ ଭାରତରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥାଏ । ଏହା ପୂର୍ବରୁ ୧୫ ତମ ଏଫଆଇସିସିଆଇ ହାୟର ଏଜୁକେସନ୍‌ ସମିଟ୍‌ ୨୦୧୯ କାର୍ଯ୍ୟକ୍ରମରେ ବକ୍ତା ଭାବେ ଡକ୍ଟର ସାମନ୍ତ ଯୋଗ ଦେଇ ସାମାଜିକ ବିକାଶରେ ଶିକ୍ଷାର ଭୂମିକା ଉପରେ ଆଲୋକପାତ କରିଥିଲେ । ପ୍ରତିକ୍ରିୟାରେ ଏଫଆଇସିସିଆଇ କର୍ତ୍ତପୃପକ୍ଷଙ୍କୁ ଧନ୍ୟବାଦ ଜଣାଇବା ସହ ଶିକ୍ଷା ଦ୍ୱାରା ସମାଜରେ ବିକାଶ ଅଣାଯାଇ ପାରିବ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.