ଯାଜପୁର : ଡମ୍ପର ଧକ୍କାରେ ଆହତ ଥିବା ଛାତ୍ରୀଙ୍କ ମୃତ୍ୟୁ

ଯାଜପୁର (କେନ୍ୟୁଜ୍‌) : ଡମ୍ପର ଧକ୍କାରେ ଆହତ ଛାତ୍ରୀଙ୍କ ମୃତ୍ୟୁ । ଯାଜପୁର ଜିଲ୍ଲା ଜାରକା ଷ୍ଟାଡିଅମ ନିକଟରେ ଥିବା ଆଦର୍ଶ ବିଦ୍ୟାଳୟ ରାସ୍ତାରେ ଗତକାଲି ଏକ ଡମ୍ପର ଧକ୍କାରେ ଆଦର୍ଶ ବିଦ୍ୟାଳୟର ୨ ଜଣ ଛାତ୍ରୀ ଆହତ ହୋଇଥିଲେ । ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ରୀ ପ୍ରଦୀପ୍ତା ବେହେରା ଓ ଅନୁଶ୍ରୀ ଗୁଇଁ ଗତକାଲି ସ୍କୁଲ ଛୁଟି ହେବା ପରେ ସାଇକଲ ଯୋଗେ ଘରକୁ ଫେରୁଥିଲେ । ଏତିକି ବେଳେ ଏକ ଡମ୍ପର ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଉଭୟ ଛାତ୍ରୀ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଧର୍ମଶାଳା ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଦୁହିଁଙ୍କର ପ୍ରାଥମିକ ଚିକିତ୍ସା କରାଯିବା ପରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ତେବେ ସେଠାରେ ପ୍ରଦୀପ୍ତାଙ୍କ ମୃତ୍ୟୁ ଘଟିଛି ।
ଏପଟେ ଧର୍ମଶାଳା ପୋଲିସ ଦୁର୍ଘଟଣା ଘଟାଇଥିବା ଡମ୍ପରଟିକୁ ଜବତ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.