Below header

କଟକ ଭିଜଲାନ୍ସ ଜାଲରେ ଅତିରିକ୍ତ ଏସପି ତ୍ରିନାଥ ମିଶ୍ର, ଏକକାଳୀନ ୧୧ଟି ସ୍ଥାନରେ ଚାଲିଛି ଚଢାଉ

କଟକ (କେନ୍ଯୁଜ୍):ବଡ଼ ଧରଣର ଭିଜିଲାନ୍ସ ରେଡ୍‌ । ଅତିରିକ୍ତ ଏସ୍‌ପିଙ୍କ ଘରେ ଭିଜିଲାନସ ଚଢାଉ । ପୋଲିସ ଯୋଗାଯୋଗ ବିଭାଗର ଅତିରିକ୍ତ ଏସ୍‌ପି ତ୍ରିନାଥ ମିଶ୍ରଙ୍କ ଘରେ ଭିଜିଲାନ୍ସ ରେଡ୍‌ କରିଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରୁଛି କଟକ ଭିଜଲାନ୍ସ । ଏକକାଳୀନ ୧୧ଟି ସ୍ଥାନରେ ଚାଲିଛି ରେଡ୍‌ ।

ଭୁବନେଶ୍ୱର ରସୁଲଗଡ ମନୋରମା ଇଷ୍ଟେଟରେ ଚଢାଉ ଚାଲିଛି । ନବରଙ୍ଗପୁର ଡାବୁଗାଁର ପୈତୃକ ଘରେ ମଧ୍ୟ ଯାଞ୍ଚ କରୁଛି ଭିଜିଲାନ୍ସ । ଏହାସହ ଯାଜପୁର ବଡଚଣାରେ ଶ୍ୱଶୁର ଘର ଓ ଶାନ୍ତିଲତା ଫାର୍ମ ହାଉସରେ ଛାନଭିନ ଚାଲିଛି । ଚଣ୍ଡିଖୋଲ ବଜାରରେ ଥିବା ଶାନ୍ତିଲତା ନର୍ସିଂ ହୋମ୍‌ ଓ ମେଡିସିନ୍‌ ଦୋକାନରେ ତଲାସି କରୁଛି ଭିଜିଲାନ୍ସ। ଚଢାଉରେ ୩ ଅତିରିକ୍ତ ଏସ୍‌ପି, ୧୦ ଡିଏସ୍‌ପି, ୧୩ ଇନ୍ସପେକ୍ଟର ସାମିଲ ଅଛନ୍ତି । କମିଶନରେଟ ପୋଲିସରେ ଦୀର୍ଘ ବର୍ଷ ଧରି କାର୍ଯ୍ୟରତ ଥିଲେ ତ୍ରିନାଥ ମିଶ୍ର । ବିଭିନ୍ନ ଥାନାରେ ଆଇଆଇସି, ଜୋନ୍‌ ଏସ୍‌ପି, ଅତିରିକ୍ତ ଡିଏସ୍‌ପି ଭାବେ କାର୍ଯ୍ୟରତ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.