Below header

ଭଦ୍ରକ: ଅତିରିକ୍ତ ତହସିଲଦାର ଓ ଆରଆଇଙ୍କୁ ଆକ୍ରମଣ, ବେଆଇନ ବାଲି ବୋଝେଇ ଟ୍ରକକୁ ଧରିବାକୁ ଯାଇଥିବା ବେଳେ ହୋଇଛି ଆକ୍ରମଣ

ଭଦ୍ରକ(କେନ୍ୟୁଜ୍):ଅତିରିକ୍ତ ତହସିଲଦାର ଓ ଆରଆଇଙ୍କୁ ଆକ୍ରମଣ। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ମଞ୍ଜୁରୀରୋଡ୍‌ଠାରେ ଆକ୍ରମଣ ହୋଇଛି । ବେଆଇନ ବାଲି ବୋଝେଇ ଟ୍ରକକୁ ଧରିବାକୁ ଯାଇଥିବା ବେଳେ ସେମାନେ ଆକ୍ରମଣର ଶିକାର ହୋଇଥିଲେ। ଚିକିତ୍ସା ପାଇଁ ଭଣ୍ଡାରିପୋଖରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଆଜି ସକାଳେ କେତେକ ବାଲି ମାଫିଆ ବୈତରଣୀ ନଦୀପଠାରୁ ବେଆଇନ୍‌ ଭାବେ ବାଲି ଉଠାଉଥିଲେ। ଏ ଘଟଣା ଜାଣି ମଞ୍ଜୁରୀ ରୋଡ ରାଜସ୍ୱ ନିରୀକ୍ଷକ ଏବଂ ଭଣ୍ଡାରିପୋଖରୀ ଅତିରିକ୍ତ ତହସିଲଦାର ଶରତ ଚନ୍ଦ୍ର ସ୍ୱାଇଁ ସେଠାରେ ପହଞ୍ଚିଥିଲେ। ଅତିରିକ୍ତ ତହସିଲଦାର ଓ ଆର୍‌ଆଇ ୫ଟି ଟ୍ରକର ନମ୍ବର ଆଣି ଫାଇନ୍‌ କାଟିଥିଲେ। ଖବର ପାଇ ୧୫ଜଣରୁ ଅଧିକ ବାଲିମାଫିଆ ଲୋକଙ୍କୁ ନେଇ ଆର୍‌ଆଇ ଅଫିସରେ ପଶିଥିଲେ। ପ୍ରଥମେ ପାଟିତୁଣ୍ଡ ଓ ପରେ ସେମାନଙ୍କୁ ଆକ୍ରମଣ କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.