କାହିଁକି ପରସ୍ପର ପ୍ରତି ଆକର୍ଷିତ ହୁଅନ୍ତି ପୁଅ-ଝିଅ? ଜାଣନ୍ତୁ, ସହବାସ ପଛରେ ରହିଛି କି କାରଣ

ସବୁ ପୁଅ-ଝିଅଙ୍କ ମନରେ ସମ୍ଭୋଗ ବିଷୟରେ ଅଧିକରୁ ଅଧିକ ଜାଣିବାକୁ ଆଗ୍ରହ ରହିଥାଏ। ମହିଳାଙ୍କ ଶରୀରର ଲୁକ୍କାୟିତ ଅଙ୍ଗ ବିଷୟରେ ଜାଣିବାକୁ ସବୁ ପୁରୁଷ ଇଚ୍ଛୁକ ଥାନ୍ତି। ଖାସ୍‌ କରି କିଶୋର ବୟସ ଉପନୀତ ହେଲେ ଏହି ଇଚ୍ଛା ଅଧିକରୁ ଅଧିକ ବଢ଼ିଯାଏ, ଯାହାକୁ କାମୋଚ୍ଛା ମଧ୍ୟ କୁହାଯାଏ। କିନ୍ତୁ ଶାରୀରିକ ସମ୍ପର୍କ ରଖିବା ପଛରେ କାରଣ କ’ଣ? କାହିଁକି ଜଣେ ସହବାସ କରିବାକୁ ଇଚ୍ଛା କରିଥାଏ, ସେ ନେଇ ରିସର୍ଚ୍ଚରେ ଖୁଲାସା ହୋଇଛି।

Image result for love sex

ସାଧାରଣତଃ ପ୍ୟୁବର୍ଟି ଓ ଯୁବାବସ୍ଥାରେ ଶାରୀରିକ ସମ୍ପର୍କର ଇଚ୍ଛା ବଢ଼ିଥାଏ। ଶାରୀରିକ ବିକାଶ ସହ ଆପେ ଆପେ ଏହି ଇଚ୍ଛା ମନରେ ଜାଗ୍ରତ ହୋଇଥାଏ। ଥରେ ସମ୍ପର୍କ ସ୍ଥାପନ କରିବା ପରେ ଜଣେ ପୁନର୍ବାର ସମ୍ପର୍କ ରଖିବାକୁ ଇଚ୍ଛା କରେ। କ୍ରମେ ଏହି ପ୍ରାକୃତିକ ପ୍ରକ୍ରିୟା ଇଚ୍ଛାରେ ପରିବର୍ତ୍ତିତ ହୋଇଥାଏ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି। ଶାରୀରିକ ସମ୍ପର୍କ ରଖିବା ଇଚ୍ଛା ପଛରେ ମଧ୍ୟ ଅନେକ ଗୁଡ଼ିଏ କାରଣ ରହିଛି। ଆସନ୍ତୁ ଜାଣିବା କ’ଣ ସେସବୁ…

प्लेजर ऐंड सैटिस्फेक्शन

ସମ୍ଭୋଗ କରିବା ପଛରେ ଥିବା ମୁଖ୍ୟ କାରଣ ହେଉଛି ସନ୍ତୁଷ୍ଟି ବା କାମନା ଇଚ୍ଛା ଚରିତାର୍ଥ କରିବା। ଏଥିପାଇଁ କିଛି ଲୋକ କାଜୁଆଲ ସେକ୍ସ ବା ଶାରୀରିକ ସମ୍ପର୍କ ବିଷୟରେ କଥାବାର୍ତ୍ତା ହୋଇ ମଧ୍ୟ ସନ୍ତୁଷ୍ଟି ଲାଭ କରିଥାନ୍ତି।

इमोशनल जरूरत

ଏକ ରିସର୍ଚ୍ଚ ମୁତାବକ, ପୁରୁଷମାନେ ନିଜ ପୁରୁଷତ୍ୱକୁ ପ୍ରମାଣିତ କରିବା ପାଇଁ ଏବଂ ଅନ୍ୟ ପୁରୁଷଙ୍କ ଠାରୁ ନିଜକୁ ଅଧିକ ଉତ୍ତମ ପ୍ରମାଣିତ କରିବା ପାଇଁ ଶାରୀରିକ ସମ୍ପର୍କର ସହାୟତା ନେଇଥାନ୍ତି। ମହିଳାଙ୍କ ତୁଳନାରେ ପୁରୁଷମାନେ ଅଧିକ ଖୋଲାଖୋଲି ଏ ବାବଦରେ ଆଲୋଚନା କରିଥାନ୍ତି, ଏଣୁ ପ୍ରମାଣ କରିବା ଉପରେ ସେମାନେ ଅଧିକ ଧ୍ୟାନ ଦେଇଥାନ୍ତି।

ଗୋଟିଏ ରିଲେସନ୍‌ସିପ୍‌ରେ ଶାରୀରିକ ସମ୍ପର୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଦମ୍ପତି ବା ପ୍ରେମୀ ଯୁଗଳ ସାଥୀଙ୍କ ପ୍ରତି ନିଜ ଭଲ ପାଇବା ଦର୍ଶାଇବା ପାଇଁ ତଥା ସମ୍ପର୍କକୁ ଅଧିକ ନିବିଡ଼ କରିବା ପାଇଁ ଶାରୀରିକ ସମ୍ପର୍କ ରଖିଥାନ୍ତି। ମାନସିକ ଭାବେ ସମ୍ପର୍କକୁ ଅଧିକ ମଜଭୁତ କରିବାରେ ସହବାସ ସାହାଯ୍ୟ କରେ।

परिवार व दोस्तों का प्रेशर

ଅନ୍ୟପଟେ ଟଙ୍କା ରୋଜଗାର କରିବା ପାଇଁ ମଧ୍ୟ କିଛି ବ୍ୟକ୍ତି ସେକ୍ସ କରିବାକୁ ପସନ୍ଦ କରିଥାନ୍ତି। କେତେକ ଦେଶରେ ଏହା ବେଆଇନ୍‌ ହୋଇଥିବାରୁ ଲୋକମାନେ ଲୁଚିଛପି ବେଶ୍ୟାବୃତ୍ତି କରିଥାନ୍ତି।

ଆଉ କିଛି ଦମ୍ପତି ପାର୍ଟନର ଦୂରେଇଯିବା ଭୟରେ ସେମାନଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଥାନ୍ତି। ଏହି କାରଣରୁ ପୁଅ ବା ଝିଅ ଇଚ୍ଛା ନଥାଇ ମଧ୍ୟ ସମ୍ବନ୍ଧ ରଖିଥାନ୍ତି।

Image result for love sex

ଅଧିକାଂଶ ବିବାହିତ ଯୋଡ଼ି ପରିବାରକୁ ଆଗକୁ ବଢ଼ାଇବାକୁ ଶାରୀରିକ ସମ୍ପର୍କ ସ୍ଥାପନ କରିଥାନ୍ତି। ଏହି କାରଣରୁ କିଛି ଦମ୍ପତି ବିବାହର ବର୍ଷେ ନ ପୂରୁଣୁ ପିତାମାତା ହୋଇଯାଇଥାନ୍ତି।

ଆଉ କେବେ ଶାରୀରିକ ଆକର୍ଷଣ ଯୋଗୁ ମଧ୍ୟ ଅନେକ ପୁରୁଷ ବା ମହିଳା ଶାରୀରିକ ସମ୍ପର୍କ ରଖିଥାନ୍ତି। ଏଭଳି ସ୍ଥିତିରେ ଅଧିକାଂଶ ଲୋକ ଓ୍ଵାନ୍‌ ନାଇଟ୍‌ ଷ୍ଟାଣ୍ଡସ ବା ଗୋଟିଏ ରାତି ପାଇଁ ଶାରୀରିକ ସମ୍ପର୍କ ସ୍ଥାପନ କରିଥାନ୍ତି। କିନ୍ତୁ ପରେ ଏହା ପ୍ରେମରେ ପରିବର୍ତ୍ତିତ ହୋଇଥାଏ ଓ କଥା ବିବାହ ପର୍ଯ୍ୟନ୍ତ ବି ଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.