କରୋନାର ପ୍ରଭାବ, ଭାରତରେ କମି ପାରେ ତୈଳ ଦର

ନୂଆଦିଲ୍ଲୀ : କରୋନା ଭାଇରସ୍‌ ବିଶ୍ୱର ବିଭିନ୍ନ କ୍ଷେତ୍ରକୁ ପ୍ରଭାବିତ କରିଛି । ହେଲେ ଗୋଟିଏ କ୍ଷେତ୍ରରେ ଅନ୍ତତଃ ଲାଭ ମିଳିଛି । ତାହା ହେଉଛି ତୈଳ କ୍ଷେତ୍ର । କରୋନା ବ୍ୟାପିବା ଯୋଗୁଁ ଚୀନ୍‌ ଅଶୋଧିତ ତୈଳ କିଣିବା କମାଇ ଦେଇଛି । ଫଳରେ ଆନ୍ତର୍ଜାତିକ ବଜାରରେ ଏହାର ଦାମ୍‌ କମିଛି । ଏମିତିକି ଆମେରିକା ତେଲ ଦର ମଧ୍ୟ କମି ଯାଇଛି । ଏପଟେ ଭାରତରେ ପେଟ୍ରୋଲ ଓ ଡିଜଲ୍‌ ଦର କମି ଚାଲିଥିବା ବେଳେ କରୋନା ପ୍ରଭାବରେ ଆଜି ୬ ପଇସା କମିଛି ।
ଚୀନ୍‌ ବିଶ୍ୱ ବଜାରରୁ ଅଧିକ ପରିମାଣରେ ଅଶୋଧିତ ତୈଳ କ୍ରୟ କରିଥାଏ । ହେଲେ କରୋନା ବ୍ୟାପିବା ପରେ ଏହା କମିଯାଇଛି । ଚୀନ୍‌ ପରେ ଅଶୋଧିତ ତୈଳ ଆମଦାନୀ କରିବାରେ ଦ୍ୱିତୀୟ ବଡ଼ ଦେଶ ହେଉଛି ଭାରତ । ତେଣୁ ଆଗକୁ ଭାରତୀୟ ଗ୍ରାହକ ଆଉ କିଛି କମ୍‌ ଦାମ୍‌ରେ ତେଲ ପାଇ ପାରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.