Below header

ବଢିବ କି ବିଦ୍ୟୁତ୍ ଦର?, ୟୁନିଟ ପିଛା ୯୬ ପଇସା ବୃଦ୍ଧି କରିବାକୁ OHPC କରିଛି ଦାବି

କେନ୍ୟୁଜ୍(ବ୍ୟୁରୋ):  ବିଦ୍ୟୁତ୍‌ ଦର ନେଇ ଓଇଆରସିରେ ଆରମ୍ଭ ହୋଇଛି ଜନଶୁଣାଣି । ଓଇଆରସିରେ ଶୁଣାଣି କରିବାକୁ ବିିଭିନ୍ନ ବିଦ୍ୟୁତ ବିତରଣ କମ୍ପାନୀ ଆବେଦନ କରିଛନ୍ତି । କମ୍ପାନୀ ଗୁଡିକ କ୍ଷତି ସହୁଥିବାରୁ ବିଦ୍ୟୁତ ଦର ବଢ଼ାଇବାକୁ ଅନେକ ଦିନରୁ ଦାବି କରି ଆସୁଛନ୍ତି ବିଦ୍ୟୁତ୍‌ ବିତରଣ କମ୍ପାନୀ । ପ୍ରଥମ ଦିନରେ OHPC ନିଜର ପକ୍ଷ ରଖିଛି। ଆନୁସଙ୍ଗିକ ଖର୍ଚ୍ଚ ବଢ଼ୁଥିବାରୁ ବିଦ୍ୟୁତ୍‌ ଦର ବୃଦ୍ଧି କରିବାକୁ OHPC ଦାବି କରିଛି । ୨୦୨୦-୨୧ରେ ୟୁନିଟ ପିଛା ୯୬ ପଇସା ଧାର୍ଯ୍ୟ କରିବାକୁ କମ୍ପାନୀ ପ୍ରସ୍ତାବ ଦେଇଛି । ଆସନ୍ତା ଆର୍ଥିକ ବର୍ଷରେ ୫୩୬.୭୩୮ କୋଟି ବାର୍ଷିିକ ଆୟ ପାଇଁ ଲକ୍ଷ୍ୟ ରଖିଛି OHPC । ବିଭିନ୍ନ କାରଣରୁ ଦୁଇବର୍ଷ ହେଲା ବିଦ୍ୟୁତ ଦର ବଢ଼ିନାହିିଁ । ଉତ୍ପାଦକାରୀ ଓ ଆବଣ୍ଟନକାରୀ ଦର ବୃଦ୍ଧି ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି । ୧୪ ତାରିଖ ପର୍ଯ୍ୟନ୍ତ ଶୁଣାଣି ରହିଛି । ଏହାପରେ ୨୬ ତାରିଖରେ ରାଜ୍ୟ ଉପଦେଷ୍ଟା କମିଟିରେ ସମସ୍ତ ଆବଦେନ ଉପରେ ଆଲୋଚନା କରାଯିବ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.