ଫେବ୍ରୁଆରି ୧୯ ତାରିଖରୁ ମାଟ୍ରିକ ପରୀକ୍ଷା, ସୁପରିଚାଳନା ପାଇଁ ସମସ୍ତ ପ୍ରସ୍ତୁତି ହୋଇଛି ଚୂଡ଼ାନ୍ତ

କେନ୍ୟୁଜ୍(ବ୍ୟୁରୋ): ଫେବ୍ରୁଆରି ୧୯ ତାରିଖରୁ ମାଟ୍ରିକ ପରୀକ୍ଷା। ପରୀକ୍ଷା ସୁପରିଚାଳନା ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ଚଳିତ ବର୍ଷ ଅନ୍‌ଲାଇନ୍‌ରେ ଉପଲବ୍ଧ ହେବ ଆଡ୍‌ମିଟ୍‌ କାର୍ଡ । ଏଥିସହ ପରୀକ୍ଷା ସମ୍ପର୍କିତ ସମସ୍ତ ତଥ୍ୟ ବୋର୍ଡ ୱେବ୍‌ ସାଇଟ୍‌ www.bseodisha.inରେ ଉପଲବ୍ଧ କରାଯାଇଛି । ଆସନ୍ତା ୬ ତାରିଖରୁ ସମସ୍ତ ପରୀକ୍ଷାର୍ଥୀ ବୋର୍ଡ ୱେବ୍‌ସାଇଟ୍‌ରୁ ଆଡ୍‌ମିଟ୍‌ କାର୍ଡକୁ ଅପ୍‌ଲୋଡ୍‌ କରି ପାରିବେ । ଚଳିତ ବର୍ଷ ପରୀକ୍ଷା ଦେବେ ୫ ଲକ୍ଷ ୬୦ ହଜାର ୮୯୧ ଜଣ ପରୀକ୍ଷାର୍ଥୀ । ସେଥିରୁ ୫ ଲକ୍ଷ ୪୭ ହଜାର ୭୪୭ ଜଣ ହେଉଛନ୍ତି ରେଗୁଲାର । ଓପନ ସ୍କୁଲ ପରୀକ୍ଷା ଲାଗି ଅଛନ୍ତି ୯ ହଜାର ୭୭୧ ପରୀକ୍ଷାର୍ଥୀ ।

board

ସେହିଭଳି ମାଧ୍ୟମା ପରୀକ୍ଷା ଦେବେ ୩ ହଜାର ୩୭୩ ଛାତ୍ରଛାତ୍ରୀ । ରାଜ୍ୟର ୨ ହଜାର ୮ ଶହ ୮୮ଟି ସେଣ୍ଟରରେ ପରୀକ୍ଷା ହେବ । ୩୦୭ଟି ନୋଡାଲ ସେଣ୍ଟରରେ ପରୀକ୍ଷା ପ୍ରଶ୍ନପତ୍ର ରଖିବା ଲାଗି ବ୍ୟବସ୍ଥା ହୋଇଛି । ସେହିପରି ମାଓ ଅଧ୍ୟୁଷିତ ଅଞ୍ଚଳରେ ଥିବା ୨୨ଟି ସ୍ଥାନରେ ସ୍ଥାନୀୟ ପୋଲିସ ଥାନାକୁ ନୋଡାଲ ସେଣ୍ଟର ଭାବେ ଚୟନ କରାଯାଇଛି । ଏଥର ଓଏମ୍‌ଆର ସିଟ୍‌ ହଟା ଯାଇଥିବାରୁ ସମସ୍ତ ପରୀକ୍ଷାର୍ଥୀଙ୍କ ଉତ୍ତର ଖାତା ଶିକ୍ଷକଶିକ୍ଷୟିତ୍ରୀମାନେ ମୁଲ୍ୟାୟନ କରିବେ । ଆସନ୍ତା ୧୦ ତାରିଖରୁ ଉତ୍ତର ଖାତା ନୋଡାଲ୍‌ ସେଣ୍ଟରକୁ ଯିବ । ଏହାପରେ ପ୍ରଶ୍ନପତ୍ର ପଠାଯିବ । ଯଦି କୌଣସି ସେଣ୍ଟରରୁ ପ୍ରଶ୍ନ ଖାତା ଭାଇରାଲ୍‌ ହୁଏ ତେବେ ଦାୟିତ୍ୱରେ ଥିବା ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହେବ ବୋଲି କହିଛନ୍ତି ବୋର୍ଡ ସଂପାଦକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.