Below header

ବିଦ୍ୟାଳୟରେ ନାମଲେଖା ବେଳେ ଆଧାର ବାଧ୍ୟତାମୂଳକ ନୁହେଁ, ଜିଲ୍ଲା ଶିକ୍ଷାଧିକାରୀଂକୁ ଚିଠି ଲେଖିଲେ ସଚିବ ଅଶ୍ବସ୍ତି ଏସ

ବିଦ୍ୟାଳୟରେ ନାମଲେଖା ବେଳେ ଆଧାର ବାଧ୍ୟତାମୂଳକ ନୁହେଁ । ଏନେଇ ସବୁ ଜିଲ୍ଲା ଶିକ୍ଷାଧିକାରୀଂକୁ ଚିଠି ଲେଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଅଶ୍ବସ୍ତି ଏସ।

ବିଦ୍ୟାଳୟରେ ନାମଲେଖା ବେଳେ ଆଧାର ବାଧ୍ୟତାମୂଳକ ନୁହେଁ । ଏନେଇ ସବୁ ଜିଲ୍ଲା ଶିକ୍ଷାଧିକାରୀଂକୁ ଚିଠି ଲେଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଅଶ୍ବସ୍ତି ଏସ। ଆଧାର କାର୍ଡ ନଥିଲେ ବି ଛାତ୍ରଛାତ୍ରୀ ବିଦ୍ୟାଳୟରେ ନାମ ଲେଖାଇପାରିବେ । ତେଣୁ ନାମଲେଖା ପାଇଁ ଆଧାର ବାଧ୍ୟତାମୂଳକ ନୁହେଁ ବୋଲି ସ୍ପଷ୍ଟ କରାଯାଇଛି ।

କିଛି ବିଦ୍ୟାଳୟରେ ନାମଲେଖା ବେଳେ ପ୍ରଧାନଶିକ୍ଷକ ପିଲାଙ୍କ ଆଧାର ବାଧ୍ୟତାମୂଳକ କରୁଥିବା ଗଣଶିକ୍ଷା ବିଭାଗ ନଜରକୁ ଆସିଛି । ତେଣୁ ଆଧାରକୁ ବାଧ୍ୟତାମୂଳକ ନ କରିବା ପାଇଁ ଗଣଶିକ୍ଷା ସଚିବ ନିର୍ଦ୍ଦେଶ ଦେଇଛନ୍ତି । ପରେ ଆଧାରକାର୍ଡ ପ୍ରସ୍ତୁତ କରି ଜମା କରିପାରିବେ ଛାତ୍ରଛାତ୍ରୀ ।

ବିଦ୍ୟାଳୟରେ ସୁରୁଖୁରୁରେ ନାମଲେଖା ପାଇଁ ଏବାବଦରେ ପ୍ରଧାନଶିକ୍ଷକମାନଂକୁ ଅବଗତ କରିବାକୁ ସବୁ ଜିଲ୍ଲା ଶିକ୍ଷା ଅଧିକାରୀଂକୁ ନିର୍ଦ୍ଦେଶ ରହିଛି । ଏଥିରେ ଖିଲାପ କଲେ ତାକୁ ଗୁରୁତ୍ବର ଭାବେ ନିଆଯିବ ବୋଲି ଚିଠିରେ ଉଲ୍ଲେଖ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.