ଦିଲ୍ଲୀସ୍ଥିତ ସରକାରୀ ବଙ୍ଗଳା ପୁଣି ଫେରି ପାଇଲେ ରାହୁଲ ଗାନ୍ଧି, କହିଲେ, ‘ପୂରା ହିନ୍ଦୁସ୍ତାନ ମୋ ଘର…’

କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ପୁଣି ମିଳିଛି ତାଙ୍କ ଦିଲ୍ଲୀସ୍ଥିତ ସରକାରୀ ବଙ୍ଗଳା। ଲୋକସଭା ସଦସ୍ୟତା ଫେରି ପାଇବା ପରେ ଏବେ ରାହୁଲ ୧୨ ତୁଗଲକ୍‌ ଲେନ୍‌ରେ ଥିବା ତାଙ୍କ ପୁରୁଣା ବଙ୍ଗଳାକୁ ପୁଣି ଶିଫ୍ଟ ହୋଇଯିବେ।

କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ପୁଣି ମିଳିଛି ତାଙ୍କ ଦିଲ୍ଲୀସ୍ଥିତ ସରକାରୀ ବଙ୍ଗଳା। ଲୋକସଭା ସଦସ୍ୟତା ଫେରି ପାଇବା ପରେ ଏବେ ରାହୁଲ ୧୨ ତୁଗଲକ୍‌ ଲେନ୍‌ରେ ଥିବା ତାଙ୍କ ପୁରୁଣା ବଙ୍ଗଳାକୁ ଶିଫ୍ଟ ହୋଇଯିବେ। ମୋଦି ସାଙ୍ଗିଆ ମାମଲାରେ ୨ ବର୍ଷର ଦଣ୍ଡାଦେଶ ପରେ ଏପ୍ରିଲ ୨୨ରେ ତାଙ୍କୁ ଏହି ବାସଭବନ ଛାଡ଼ିବାକୁ ପଡ଼ିଥିଲା।

ବର୍ତ୍ତମାନର ଆଦେଶ ପରେ ଲୋକସଭା ହାଉସିଂ କମିଟି ତାଙ୍କୁ ବଙ୍ଗଳା ଆବଣ୍ଟିତ କରିଦେଇଛି। ଏବେ ରାହୁଲ ନିଜର ପୁରୁଣା ବଙ୍ଗଳାରେ ରହିବେ। ଏ ନେଇ ରାହୁଲ ଗାନ୍ଧିଙ୍କ ବୟାନ ମଧ୍ୟ ଆସିଛି। ସେ କହିଛନ୍ତି ଯେ ପୂରା ହିନ୍ଦୁସ୍ତାନ ମୋ ଘର।

ମୋଦି ସାଙ୍ଗିଆ ମାମଲାରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ରାହୁଲଙ୍କ ଦଣ୍ଡ ଉପରେ ରୋକ୍‌ ଲଗାଇ ଦେଇଥିଲେ। ଦଣ୍ଡ ଉପରେ ସ୍ଥଗିତାଦେଶ ପରେ କଂଗ୍ରେସ ଦଳର କିଛି ନେତା ଲୋକସଭା ବାଚସ୍ପତି ଓମ୍‌ ବିର୍‌ଲାଙ୍କୁ ଭେଟିଥିଲେ। ସେମାନେ ରାହୁଲଙ୍କ ସଦସ୍ୟତା ପୁନଃସ୍ଥାପନ ପାଇଁ ଦାବି କରିଥିଲେ।

ଏହି ସାକ୍ଷାତ ପରେ ବାଚସ୍ପତି ଦଳର ଦାବିକୁ ମାନି ରାହୁଲଙ୍କ ଲୋକସଭା ସଦସ୍ୟତା ପୁନଃସ୍ଥାପନ କରିଥିଲେ। ଏହାପରେ ରାହୁଲ ଅଗଷ୍ଟ ୭ରେ ଲୋକସଭା ଯାଇଥିଲେ ଏବଂ ଗୃହର ପ୍ରକ୍ରିୟାରେ ମଧ୍ୟ ଭାଗ ନେଇଥିଲେ।

ରାହୁଲ ଗାନ୍ଧିଙ୍କୁ ଲୋକସଭା ସଦସ୍ୟ ପଦ ମିଳିବା ପରେ ଏହାର ହାଉସିଂ କମିଟି ତାଙ୍କୁ ତାଙ୍କ ପୁରୁଣା ବଙ୍ଗଳା ଆବଣ୍ଟିତ କରିଛି। ଯଦିଓ କମିଟିର କହିବା ହେଲା, ଘର ପାଇଁ ରାହୁଲ ଗାନ୍ଧିଙ୍କୁ ପୁଣିଥରେ ଆବେଦନ କରିବାକୁ ପଡ଼ିବ। ଏହାପରେ ହିଁ ତାଙ୍କୁ ୧୨ ତୁଗଲକ୍‌ ଲେନ୍‌ସ୍ଥିତ ଏହି ଘର ପୁନର୍ବାର ମିଳିପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.