ଅତ୍ୟଧିକ ମଦ୍ୟପାନ କରିଥିଲେ ଘରକୁ ଯିବାର ଆଉ ଚିନ୍ତା ନାହିଁ, ନିଶାସକ୍ତଙ୍କୁ ଘରେ ମାଗଣାରେ ଛାଡ଼ିଦେବେ ସରକାର

ଦୁନିଆର ଅନେକ ଦେଶ ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରିଛନ୍ତି। କିଛି ଦେଶ କଠୋର କାର୍ଯ୍ୟାନୁଷ୍ଠାନର ନିୟମ କରିଛନ୍ତି ତ କିଛି ଦେଶ ଲୋକଙ୍କୁ ପ୍ରଲୋଭିତ କରି ଏବଂ ବିଭିନ୍ନ ସଚେତନଧର୍ମୀ କାର୍ଯ୍ୟକ୍ରମ ଆପଣାଇ ଦୁର୍ଘଟଣା ଉପରେ ଲଗାମ ଲଗାଇବାକୁ ଚେଷ୍ଟା କରୁଛନ୍ତି।

ଦୁନିଆର ଅନେକ ଦେଶ ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରିଛନ୍ତି। କିଛି ଦେଶ କଠୋର କାର୍ଯ୍ୟାନୁଷ୍ଠାନର ନିୟମ କରିଛନ୍ତି ତ କିଛି ଦେଶ ଲୋକଙ୍କୁ ପ୍ରଲୋଭିତ କରି ଏବଂ ବିଭିନ୍ନ ସଚେତନଧର୍ମୀ କାର୍ଯ୍ୟକ୍ରମ ଆପଣାଇ ଦୁର୍ଘଟଣା ଉପରେ ଲଗାମ ଲଗାଇବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଏହାରି ଭିତରେ ଇଟାଲି ସରକାର ଏକ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି।

ଏହା ଅଧୀନରେ ଯଦି କ୍ଲବ କିମ୍ବା ବାର୍‌ରେ ଆପଣ ଅଧିକ ମଦ୍ୟପାନ କରିଦେଇଛନ୍ତି, ତା’ ହେଲେ ଘରକୁ ଯିବାର ଆଉ ଚିନ୍ତା ନାହିଁ। ଏମିତି ନିଶାଡ଼ିଙ୍କୁ ଘରେ ପହଞ୍ଚାଇବା କାମ କରିବେ ସରକାର। ତାଙ୍କୁ ଟ୍ୟାକ୍ସି ଜରିଆରେ ଘର ପର୍ଯ୍ୟନ୍ତ ମାଗଣାରେ ପହଞ୍ଚାଯିବ। ଏହା ପରିବର୍ତ୍ତେ ସମ୍ପୃକ୍ତ ବ୍ୟକ୍ତିଙ୍କଠାରୁ କୌଣସି ବି ଚାର୍ଜ ନିଆଯିବ ନାହିଁ। ଏପରି କି, ଟ୍ୟାକ୍ସିର ଭଡ଼ା ମଧ୍ୟ ସରକାର ଦେବେ।

ପାଇଲଟ୍‌ ପ୍ରୋଜେକ୍ଟ ରୂପେ ଏହାକୁ ଏକ ମାସ ପାଇଁ ଲାଗୁ କରାଯିବ। ଯଦି ସଫଳତା ମିଳେ, ତା’ ହେଲେ ଏହି ଯୋଜନା ସ୍ଥାୟୀ ରୂପେ ଲାଗୁ ହେବ। ଇଟାଲି ସରକାରଙ୍କ ଏହି ଯୋଜନା ଆଗାମୀ କିଛି ଦିନ ଭିତରେ ଲାଗୁ ହୋଇଯିବ।

ଏହା ଅଧୀନରେ ନିଶାଡ଼ିମାନଙ୍କୁ ମାଗଣାରେ ଟ୍ୟାକ୍ସି ସୁବିଧା ଉପଲବ୍ଧ କରାଯିବ। ସଡ଼କ ଦୁର୍ଘଟଣାକୁ ରୋକିବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ନିଆଯାଇଛି। ଏହି ପ୍ରୋଜେକ୍ଟ ବର୍ତ୍ତମାନ ସେପ୍ଟେମ୍ବର ମଧ୍ୟଭାଗ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.