Below header

ପୁଣି ଖୋଲିବ ଆଦିତ୍ୟ ଅଶ୍ଵିନୀ କୋଭିଡ ହସ୍ପିଟାଲ, କାର୍ଯ୍ୟକ୍ଷମ ହେବ ୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା

ଭୁବନେଶ୍ୱର (କେ.ନ୍ୟୁଜ): କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଭୁବନେଶ୍ୱରରେ କୋଭିଡ ଡାକ୍ତରଖାନାରେ ବେଡ ସଂଖ୍ୟା ବୃଦ୍ଧି କରାଯାଇଛି। ସେହିପରି ଆଦିତ୍ୟ ଅଶ୍ଵିନୀ କୋଭିଡ ହସ୍ପିଟାଲରେ ଆଇସିୟୁ ସହ ମୋଟ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ପୁଣି କାର୍ଯ୍ୟକ୍ଷମ ହେବ। ଗତବର୍ଷ ବିଏମସି ଅନୁବନ୍ଧିତ ଅନ୍ୟ ଘରୋଇ ହସ୍ପିଟାଲ ଗୁଡ଼ିକ ସହ ଆଲୋଚନା ଓ ଯୋଗାଯୋଗ କରାଯାଇଛି। ଆବଶ୍ୟକ ହେଲେ ପର୍ଯ୍ୟାୟ କ୍ରମେ ଅଧିକ ବେଡ୍‌ ବଢାଇବାକୁ ବୋଲି କହିଛନ୍ତି ବିଏମସି କମିଶନର। ସେପଟେ ଆଜିର ପଣା ସଂକ୍ରାନ୍ତି ଏବଂ ମୁସଲମାନ ସମ୍ପ୍ରଦାୟର ରମଜାନ ପର୍ବ ପାଇଁ ବିଏମସି ପକ୍ଷରୁ ଏସଓପି ଜାରି ହୋଇଛି। ଧର୍ମାନୁଷ୍ଠାନ ଗୁଡିକରେ କେବଳ ବିଧି ରକ୍ଷା ମୁତାବକ ପୂଜାର୍ଚ୍ଚନା କରିବାକୁ ଅନୁମତି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.