ଅତି ଭୟଙ୍କର ବିଷାକ୍ତ ସାପ ଭର୍ତ୍ତି ଥିବା ଟବ୍‌ରେ ଶୋଇଲେ ଯୁବକ, ତ ମିଳିଗଲା ସାଢ଼େ ୭ ଲକ୍ଷ ଟଙ୍କା, ଇଣ୍ଟରନେଟ୍‌ରେ ଛାଇ ଯାଇଛି ଭିଡିଓ

ଯଦି କୁହାଯିବ କି ବିଷାକ୍ତ ସାପଙ୍କ ମଝିରେ ଶୋଇଲେ ଆପଣଙ୍କୁ ସାଢ଼େ ୭ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ, ତ ଆପଣ କ’ଣ କରିବେ? ନିଶ୍ଚିତ ଭାବେ ନାଁ କହିବେ। କିନ୍ତୁ ଏମିତି ବି କିଛି ଲୋକ ସାହସୀ ଅଛନ୍ତି, ଯେଉଁମାନେ ନିର୍ଭୀକତା ଦେଖାନ୍ତି। ଅତି ଭୟଙ୍କର କାମ ବି କରିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ।

ଏବେ ଏମିତି ହିଁ ଏକ ଭିଡିଓ ମିଷ୍ଟର ବିଷ୍ଟଙ୍କ ୟୁଟ୍ୟୁବ୍‌ ଆକାଉଣ୍ଟରୁ ପୋଷ୍ଟ ହୋଇଥିବା ଦେଖିବାକୁ ମିଳିଛି। ‘କ’ଣ ଆପଣ ୧୦ ହଜାର ଡଲାର ପାଇଁ ସାପଙ୍କ ମଝିରେ ବସି ପାରିବେ’ ଶୀର୍ଷକ ସହିତ ଦୁଇଦିନ ତଳେ ଅପଲୋଡ୍‌ ହୋଇଥିବା ଏହି ଭିଡିଓକୁ ଏ ପର୍ଯ୍ୟନ୍ତ ୨ କୋଟି ୭୪ ଲକ୍ଷରୁ ଅଧିକ ଭ୍ୟୁଜ୍‌ ମିଳିସାରିଲାଣି। ଏଭଳି ଭୟଙ୍କର ଚ୍ୟାଲେଞ୍ଜକୁ ଗ୍ରହଣ କରିବାକୁ ସମସ୍ତେ ମନା କରିଥିବା ବେଳେ ଜଣେ ଯୁବକ ସାହସ ଜୁଟାଇଥିଲେ ଏବଂ ସାପଙ୍କ ସହିତ ଯାଇ ଶୋଇଥିଲେ।

ଭିଡିଓରେ ଦେଖାଯାଉଛି, ଚ୍ୟାଲେଞ୍ଜ ସ୍ୱୀକାର କରିଥିବା ଯୁବକ ପ୍ରଥମେ ବାଥ୍‌ ଟବ୍‌ରେ ଯାଇ ବସୁଛନ୍ତି। ଏହାପରେ ତାଙ୍କ ଉପରେ ଅଲଗା ଅଲଗା ପ୍ରଜାତିର ବିଷାକ୍ତ ସାପ ରଖାଯାଉଛି। ଗୋଟିଏ ସାପ ତାଙ୍କ ମୁହଁ ନିକଟରେ କାନ ଦେଇ ଯାଉଛି। ତେବେ ଯୁବକ ଜଣଙ୍କର ଏହି ଡେୟାରିଙ୍ଗ୍‌ ଯୋଗୁ ତାଙ୍କୁ ୧୦ ହଜାର ଡଲାର ଅର୍ଥାତ୍‌ ପାଖାପାଖି ସାଢ଼େ ୭ ଲକ୍ଷ ଟଙ୍କା ମିଳିଯାଉଛି। ଏମିତି ଦୁଃସାହସ କରିଥିବାରୁ ଲୋକେ ତାଙ୍କୁ ବାଃ ବାଃ ମଧ୍ୟ କରୁଛନ୍ତି। ସୂଚନାଥାଉ କି, ମିଷ୍ଟର ବିଷ୍ଟଙ୍କ ୟୁଟ୍ୟୁବ୍‌ ଚ୍ୟାନେଲରେ ୫୯.୪ ମିଲିୟନ ସବ୍ସକ୍ରାଇବର୍ସ ଅଛନ୍ତି।

video courtesy: MrBeast

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.