Below header

ମାର୍କେଟକୁ ପୁଣି ଫେରୁଛି Bajaj Chetak, ମାତ୍ର ୨ ହଜାର ଟଙ୍କା ଦେଇ କରନ୍ତୁ ବୁକିଂ

Bajaj Chetak କୁ ଅପେକ୍ଷା କରିଥିବା ବ୍ୟକ୍ତିମାନଙ୍କ ପାଇଁ ଖୁସି ଖବର । କମ୍ପାନୀ ପୁଣି ଇଲେକ୍ଟ୍ରିକ୍ ସ୍କୁଟର ବଜାଜ ଚେତକର ଅନଲାଇନ୍ ବୁକିଂ ଆରମ୍ଭ କରିଦେଇଛି । କମ୍ପାନୀର ଅଫିସିଆଲ ୱେବସାଇଟରୁ ଗ୍ରାହକ ୨ ହଜାର ଟଙ୍କାର ଟୋକନ ମନି ଦେଇ ବଜାଜ ଚେତକ ବୁକିଂ କରିପାରିବେ ।

ବଜାଜ ଚେତକ ୧୪ ଜାନୁଆରୀ ୨୦୨୦ରେ ଲଞ୍ଚ ହୋଇଥିଲା । ଏହି ସ୍କୁଟର ୬ କଲର ଅପ୍ସନରେ ଉପଲବ୍ଧ । ଯଦି ମାଇଲେଜ୍ କଥା କହିବା ତ ଫୁଲ୍ ଚାର୍ଜରେ ବଜାଜ ଚେତକ ଇଲେକ୍ଟ୍ରିକ୍ ଇକୋ ମୋଡରେ ୯୫ କିଲୋମିଟରରୁ ଅଧିକ ଓ ସ୍ପୋର୍ଟ ମୋଡରେ ୮୫ କିଲୋମିଟର ପର୍ଯ୍ୟନ୍ତ ଚାଲିବ ।
ବଜାଜ ଚେତକ ଇଲେକ୍ଟ୍ରିକର ବ୍ୟାଟେରୀରେ କମ୍ପାନୀ ୩ ବର୍ଷ ବା ୫୦ ହଜାର କିମିର ୱାରେଣ୍ଟି ଦେଉଛି । କମ୍ପାନୀ କହିଛି ଯେ, ଏହାର ବ୍ୟାଟେରୀ ପ୍ରାୟ ୭୦ ହଜାର କିଲୋମିଟର ପର୍ଯ୍ୟନ୍ତ ରହିବ ।

କମ୍ପାନୀ ଏହାର ଅର୍ବନ ଭେରିଏଣ୍ଟର ଦାମ୍ ୧ ଲକ୍ଷ ଟଙ୍କାରୁ ବଢାଇ ୧.୧୫ ଲକ୍ଷ ଟଙ୍କା କରିଦେଇଛି । ଏହାର ପ୍ରିମିୟମ୍ ଭେରିଏଣ୍ଟର ଦାମ୍ ୧.୧୫ ଲକ୍ଷ ଟଙ୍କାରୁ ବଢି ୧.୨୦ ଲକ୍ଷ ଟଙ୍କା ରହିଛି। ଏହି ସ୍କୁଟର ସହିତ କମ୍ପାନୀ ଆକର୍ଷକ ୱାରେଣ୍ଟି ଅବଧି ୩ ବର୍ଷ ଓ ୫୦ ହଜାର କିମି ପର୍ଯ୍ୟନ୍ତର ବିକଳ୍ପ ଦେଉଛି । ଏଥିରେ ରିଭର୍ସ ଗିଅରର ଅପସନ ମଧ୍ୟ ରହିଛି।

chetak
photo credit: Trak.in

ଚେତକ ଇଲେକ୍ଟ୍ରିକ ସ୍କୁଟରକୁ ବଜାଜର ଇଲେକ୍ଟ୍ରିକ ବ୍ରାଣ୍ଡ Urbanite ଅଧିନରେ ଲଞ୍ଚ କରାଯାଇଛି। ସ୍କୁଟରରେ LED ହେଡ ଲ୍ଯାମ୍ପ ଏବଂ ଟେଲ ଲାଇଟ୍, ଟେଲିସ୍କୋପିକ ଫ୍ରଣ୍ଡ ଫୋର୍ସ ଏବଂ ମୋନୋଶକ, ଷ୍ଟାଣ୍ଡ ସିଟସ୍ ରହିଛି। ସୂଚନାଯୋଗ୍ଯ, ବଜାଜ ଏହି ଚେତକ ପ୍ରଡକ୍ସନକୁ ୨୦୦୬ରେ ବନ୍ଦ କରିଦେଇଥିଲା। ପ୍ରଥମ ଥର ପାଇଁ ସ୍କୁଟରକୁ ୧୯୭୨ ମସିହାରେ ଲଞ୍ଚ କରାଯାଇଥିଲା। କିନ୍ତୁ ଏବେ କମ୍ପାନୀ ଏହି ସ୍କୁଟରକୁ ପୁଣି ଲଞ୍ଚ କରିବାକୁ ଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.