Below header

ବ୍ୟକ୍ତି ଅଛନ୍ତି ଜୀବିତ କିନ୍ତୁ ଖାତା ଖାତା ଖତିଆନରେ ମାରିଦେଲା ପ୍ରଶାସନ

ଯାଜପୁର ଟାଉନ (କେନ୍ୟୁଜ) : ଜିଇଁ ଥାଉ ଥାଉ ମାରିଦେଲା ପ୍ରଶାସନ। ଜୀବିତ ଅଛନ୍ତି କିନ୍ତୁ ଖାତା କଲମରେ ମାରିଦେଲେ ବ୍ୟକ୍ତିଙ୍କୁ। କାଳିଆ ଯୋଜନାରୁ କାଟିଦେଲେ ନାମ। ଅସହାୟ ଗରିବ ହୋଇ ବି ପାଉନାହାଁନ୍ତି ସରକାର ଯୋଜନାର ଲାଭ। କିନ୍ତୁ ପ୍ରଶାସନ ଏପରି ଭୁଲ କେମିତି କରିପାରିବ। ଜଣେ ଜୀବିତ ବ୍ୟକ୍ତିଙ୍କୁ କଣ ନିଜ ଇଚ୍ଛା ମୁତାବକ ମାରିପାରିବ? ନା ଏସବୁ ପଛରେ ଆଉ କିଛି କାରଣ।

କାଳିଆ ଯୋଜନାରୁ ବଂଚିତ ହୋଇ ଏ ବ୍ୟକ୍ତି ପହଁଚିଛନ୍ତି ଜିଲ୍ଲା ପ୍ରଶାସନଙ୍କ ପାଖରେ।ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବୀ କଲେ ହିତାଧିକାରୀ । ଏ ହେଉଛନ୍ତି ଯାଜପୁର ଜିଲ୍ଲା ବରୀ ଅଂଗାଳୋ ଅଂଚଳର ନିରଂଜନ ଜେନା। କାଳିଆ ଯୋଜନାର ଗୋଟିଏ କିସ୍ତି ଅର୍ଥ ପାଇଥିଲେ । କିନ୍ତୁ ଏହାପରେ ତାଙ୍କୁ କୌଣସି କିସ୍ତି ମିଳିନଥିଲା । ଗୋଟିଏ କିସ୍ତି ପରେ କାହିଁକି ଆଉ ଟଙ୍କା ମିଳିଲାନି ଏ ନେଇ ସେ ଅନୁସନ୍ଧାନ କରିବାରୁ ତାଙ୍କୁ ୱେବ ସାଇଟ୍‌ରେ ମୃତ ବୋଲି ଦର୍ଶାଯାଇଛି ବୋଲି ଜାଣିବାକୁ ପାଇଲେ।

ଆଉ ଏହାର ପ୍ରତିବାଦ କରି ସେ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇ ଏଭଳି ତୃଟି କରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବୀ କରିଛନ୍ତି । ଏପରିକି ସେ ଏହାମଧ୍ୟ କହିଛନ୍ତି ଯେ ଯଦି ପ୍ରଶାସନ ତାଙ୍କୁ ମୃତ ଘୋଷଣା କରିଛି ତା ହେଲେ ତାଙ୍କ ପତ୍ନିଙ୍କୁ ତୁରନ୍ତ ବିଧବା ଭତ୍ତା ପ୍ରଦାନ କରାଯାଉ। ଏଥିରେ ଗାଁର କିଛି ଗ୍ରାମବାସୀ ତାଙ୍କ ସମସ୍ୟ । ବୁଝି ସରକାରଙ୍କୁ ନିବେଦନ କରିଛନ୍ତି ଏହାର ତୁରନ୍ତ ସମାଧାନ କରିବାକୁ। କେମିତି ଜଣେ ଜୀବିତ ବ୍ୟକ୍ତିଙ୍କୁ ମାରିଦେଉଛି ପ୍ରଶାସନ। ବ୍ୟକ୍ତି କଣ ନିଜେ ଆସି ତାଙ୍କ ମୃତ୍ୟୁ ପ୍ରମାଣପତ୍ର। କେଉଁ ପ୍ରମାଣପତ୍ରଆଧାରରେ ପ୍ରଶାସନ ଜଣେ ଗରିବ ଅସହାୟ ବ୍ୟକ୍ତିଙ୍କୁ ସରକାର ଯୋଜନାରୁ ବଞ୍ଚିତ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.