Below header

ଜବତ ହେବ ତୁରନ୍ତ ନଷ୍ଟ ହେବ, ଆଉ ସାଇତି ରଖାଯିବନାହିଁ ନକଲି ଏବଂ ଅପମିଶ୍ରିତ ମାଲ୍‌

କଟକ (କେନ୍ୟୁଜ) : ଅପମିଶ୍ରିତ ସାମଗ୍ରୀ ହେଉ କି ନକଲି ମାଲ। ସାଙ୍ଗେ ସାଙ୍ଗେ ନିଆଯିବ ଆକ୍ସନ। ମାନେ ଏଣିକି ଜବତ ନକଲୀ ସାମଗ୍ରୀକୁ ସାଇତି ରଖାଯିବନାହିଁ। ସାଇତି ରଖି ଯାଗା ନଷ୍ଟ ନ କରି ଯେତେ ଶୀଘ୍ର ଏସବୁକୁ ନଷ୍ଟ କରି ମିଶାଇ ଦିଆ ଯିବ ମାଟିରେ। ଆଜି ଜଗତପୁର ଶିଳ୍ପାଞ୍ଚଳସ୍ଥିତ ସୁବାସ ଘିଅ କମ୍ପାନୀର ଜବତ ଲକ୍ଷାଧିକ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଉପରେ ରୋଲର ଚଢେଇ ଏହି ବାର୍ତା ଦେଇଛି କମିଶନରେଟ ପୋଲିସ।

କଟକ ଜଗତପୁର ଶିଳ୍ପାଞ୍ଚଳରେ ଆଜି ଏକ ନୂଆ ଦୃଶ୍ଯ ଦେଖିବାକୁ ମିଳିଥିଲା। ଅନଲୋଡ଼ ହେଲା ପେଟି ପରେ ପେଟି ସାମଗ୍ରୀ। ଗୋଟିଏ ପଟେ ଗୋଟେ ଧାଡି କରି ଥୁଆ ହୋଇଗଲା ତଳେ। ଜମା ହୋଇଗଲେ ଲୋକେ। ବୁଝି ହେଲା ନାହିଁ କଣ ଘଟୁଛି ଏଠି। ଏକ ଖୋଲା ପଡିଆରେ ଶହ ଶହ ବୋତଲ ସସ, ଘିଅ, ସ୍କାୱାସ ଓ ଆଚାର ସଜେଇ ରଖି ଦେଲେ, କମିସନରେଟ ପୋଲିସ ଓ ସ୍ୱାସ୍ଥ୍ୟ ବିଭାଗ ଅଧିକାରି। ଦେଖଣାହାରୀ କିଛି ବୁଝିବା ପୂର୍ବରୁ ରୋଲର ଗାଡି ଓ ଡ୍ରୋଜର ସେ ସବୁ ଉପରେ ଚଢି ମାଟିରେ ମିଶାଇ ଦେଇଥିଲା। ଗତ ନଭେମ୍ବର ୩୦ ତାରିଖରେ ସୁବାସ କମ୍ପାନୀ ଉପରେ ଚଢାଉ ହୋଇ ବିପୁଳ ପରିମାଣରେ ଅପମିଶ୍ରିତ ସସ, ଘିଅ, ସ୍କାୱାସ ଓ ଆଚାର ଜବତ ହୋଇଥିଲା। ଏସବୁକୁ ନଷ୍ଟ କରିବାକୁ ନିବେଦନ କରି କୋର୍ଟରେ ଏକ ପିଟିସନ ଦାଖଲ କରିଥିଲା କମିଶନରେଟ ପୋଲିସ। କୋର୍ଟରୁ ଅନୁମତି ମିଳିବା ପରେ ଆଜି ଏସବୁକୁ ନଷ୍ଟ କରିଛି ପୋଲିସ।

nakaliତେବେ ସବୁଠାରୁ ବଡ କଥା ହେଉଛି କଟକ ଓ ଆଖପାଖ ଅଂଚଳରେ ବିଗତ ଚାରି ପାଞ୍ଚ ମାସ ଭିତରେ ୨୫ ଟି ଚଢାଉ କଲାଣି କମିସନରେଟ ପୋଲିସ। ଗିରଫ ହେଲେଣି ୨୦ ରୁ ଉର୍ଦ୍ଧ୍ଵ ବ୍ଯକ୍ତି। ନିକଟରେ ଗିରଫ ହୋଇଛନ୍ତି ଏହି ସୁବାସ ଫ୍ଯାକ୍ଟ୍ରିର ମାଲିକ। ତେବେ ପ୍ରଥମ କରି ଏତେ ବିପୁଳ ପରିମାଣରେ ଜବତ ଅପମିଶ୍ରିତ ସାମଗ୍ରୀ ନଷ୍ଟ କରି ମାଟିରେ ପୋତିଛି ପୋଲିସ। ଆଗକୁ ଏଭଳି ପ୍ରକ୍ରିୟା ଜାରି ରହିବ ଓ ଅଦାଲତଙ୍କ ନିର୍ଦେଶ ମିଳିବା କ୍ଷଣି ଅନ୍ଯ ସବୁ ସାମଗ୍ରୀ ନଷ୍ଟ କରାଯିବ ବୋଲି କଟକ ମହାନଗର ନିଗମ ପକ୍ଷରୁ କୁହାଯାଇଛି।

ଅନ୍ଯ ପକ୍ଷରେ କମ୍ପାନୀ ପକ୍ଷରୁ ସ୍ପଷ୍ଟିକରଣ ଦିଆଯାଇଛି କି ଲକ ଡାଉନ ପାଇଁ କିଛି ସାମଗ୍ରୀ ଖରାପ ହୋଇଯାଇଥିଲା । ଏସବୁକୁ ବଜାରକୁ ଛଡ଼ା ଯାଇ ନ ଥିଲା, ଏହାକୁ କମ୍ପାନୀ ନିଜେ ନଷ୍ଟ କରିବା ପାଇଁ ପ୍ରସ୍ତୁତ ହେଉଥିଲା ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ତେବେ କମିଶନରେଟ ପୋଲିସର ଏପରି ପଦକ୍ଷେପ ନିହାତି ଭାବେ ପ୍ରଶଂସାଯୋଗ୍ୟ। କାହିଁକିନା ନକଲି ଏବଂ ଅପମିଶ୍ରିତ ସାମଗ୍ରୀକୁ ଯଥାଶୀଘ୍ର ନଷ୍ଟ କରାନଗଲେ ପରିବେଶ ଦୂଷିତ ହେବାର ମୂଳ କାରଣ ସାଜିଥାନ୍ତା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.