ଅନେକ ବର୍ଷ ପରେ ସାମ୍ନାକୁ ଆସିଲେ ପୂର୍ବତନ ପ୍ରେମିକା ସୋମି ଅଲ୍ଲୀ, କହିଲେ, ଅଭିନେତ୍ରୀ ହେବାକୁ ଇଚ୍ଛା ନ ଥିଲା, କେବଳ ସଲ୍‌ମାନ ଖାନ୍‌ଙ୍କୁ ବିବାହ କରିବାକୁ ଆସିଥିଲି

ସଲ୍‌ମାନ ଖାନଙ୍କ ପୂର୍ବତନ ପ୍ରେମିକା ସୋମି ଅଲ୍ଲୀ ଏବେ ଅନେକ ବର୍ଷ ପରେ ସାମ୍ନାକୁ ଆସିଛନ୍ତି ଏବଂ ନିଜ ବ୍ୟକ୍ତିଗତ ଜୀବନ ଓ କ୍ୟାରିୟରକୁ ନେଇ ଏକ ଇଣ୍ଟରଭ୍ୟୁରେ ଖୋଲିକି କଥା ହୋଇଛନ୍ତି। ୯୦ ଦଶକରେ ସୋମି ଅଲ୍ଲୀଙ୍କ ସହିତ ସଲ୍‌ମାନ ଖାନଙ୍କ ନାଁ ଯୋଡ଼ି ହୋଇଥିଲା ଏବଂ ସେମାନଙ୍କ ଆଫେୟାରକୁ ନେଇ ସବୁଆଡ଼େ ଚର୍ଚ୍ଚା ହେଉଥିଲା। ତେବେ ଇଣ୍ଟରମ୍ୟୁରେ ସୋମି କହିଛନ୍ତି କି, ସେ ବଲିଉଡ୍‌ରେ ମିସ୍‌ଫିଟ ଥିଲେ। ତାଙ୍କୁ କୌଣସି ଫିଲ୍ମରେ କାଷ୍ଟ କରିବା ଡାଇରେକ୍ଟରଙ୍କ ପାଇଁ ଏକ ଭୟାନକ ସ୍ୱପ୍ନ ଭଳି ଥିଲା।

ସେ କହିଥିଲେ କି, ମୁମ୍ବାଇ ଆସିବା ପରେ ସେ ପୋର୍ଟଫୋଲିଓ ଶୁଟ୍‌ କରାଇଥିଲେ। ଏକ ପ୍ରଡକ୍ସନ ହାଉସ୍‌ରେ ପହଞ୍ଚିଥିଲେ। ସେଠି ସଲ୍‌ମାନ ଖାନଙ୍କ ସହିତ ତାଙ୍କର ଦେଖା ସାକ୍ଷାତ ହୋଇଥିଲା। ପରେ ଫିଲ୍ମ ‘ବୁଲନ୍ଦ’ରେ ତାଙ୍କୁ କାଷ୍ଟ କରାଯାଇଥିଲା। କିନ୍ତୁ ଫିଲ୍ମ ରିଲିଜ୍‌ ହୋଇପାରି ନ ଥିଲା। ସେ କହିଥିଲେ, ୧୯୯୧ରେ ସେ ୧୬ ବର୍ଷ ବୟସରେ ଭାରତ ଏହି କାରଣରୁ ଆସିଥିଲେ, କାହିଁକି ନା, ତାଙ୍କୁ ସଲ୍‌ମାନ ଖାନଙ୍କୁ ବିବାହ କରିବାର ଥିଲା। ଦୁଇଜଣଙ୍କ ସମ୍ପର୍କ ବହୁତ ଲମ୍ବା ଚାଲିଲା। କିନ୍ତୁ ୧୯୯୯ରେ ବ୍ରେକ୍‌ଅପ ହୋଇଗଲା। ଏହାପରେ ସେ ପଢ଼ିବା ପାଇଁ ୟୁଏସ୍‌ ଚାଲିଗଲେ।

ସୋମି ଆହୁରି କହିଥିଲେ ଯେ ‘ଡାଇରେକ୍ଟର ମୋତେ ଡରୁଥିଲେ। ମୁଁ ରିହର୍ସାଲ ପାଇଁ ଯାଉ ନ ଥିଲି। ମୋ ଲାଇଫ୍‌ ଷ୍ଟାଇଲ ଅଲଗା ଥିଲା। ମୁଁ ଏଠାକୁ ଫିଲ୍ମରେ କ୍ୟାରିୟର କରିବାକୁ ଆସି ନ ଥିଲି, ମୋତେ କେବଳ ସଲ୍‌ମାନ ଖାନଙ୍କୁ ବିବାହ କରିବାର ଥିଲା’। ତେବେ ଏହି ଅଭିନେତ୍ରୀଙ୍କ କହିବା ହେଲା, ଯେତେବେଳେ ସେ ମୁମ୍ବାଇରେ ରହୁଥିଲେ, ତ ସେ ସୈଫ୍‌ ଅଲ୍ଲୀ ଖାନ୍‌, ଚଙ୍କି ପାଣ୍ଡେଙ୍କ ଭଳି ଭଲ ଲୋକଙ୍କ ସହିତ କାମ କରିଥିଲେ। କହି ରଖୁଛୁ, ପାକିସ୍ତାନରେ ଜନ୍ମ ହୋଇଥିବା ସୋମି ବଲିଉଡ୍‌ରେ ଅନ୍ତ, କ୍ରିଷ୍ଣା ଅବତାର, ୟାର ଗଦ୍ଦାର, ତିସ୍‌ରା କୌନ ଭଳି ଫିଲ୍ମରେ କାମ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.