Below header

ସାମୁଦ୍ରିକ ଝଡ଼ ‘ଫନି’ ପରେ ଅନ୍ଧାକାରର ସେଇ ୧୦୦ ଘଣ୍ଟା …

‘ଫନି’ର କରାଳ ରୂପ ପିଲାଠୁ ଆରମ୍ଭ କରି ବୟସ୍କ ସମସ୍ତେ ଦେଖିଲେ। ଏହାର ପ୍ରକୋପରେ ବିଶେଷ ଭାବରେ ପ୍ରଭାବିତ ହେଲା ପୁରୀ, ଭୁବନେଶ୍ବର, କେନ୍ଦ୍ରାପଡ଼ା, ଜଗତସିଂପୁର ଏବଂ କଟକ ବାସିନ୍ଦା। ଏହି ତାଣ୍ଡବର ୧୦୦ ଘଣ୍ଟା ବିତିଗଲାଣି। ଫନି ଦିନ ଯେମିତି ଆଜି ମଧ୍ୟ ସ୍ଥିତି ସେୟା। କିଛି ବଦଳିନି ବରଂ ସ୍ଥିତି ଆହୁରୀ ବିଗିଡିବାରେ ଲାଗିଛି। ବିଜୁଳି ନାହିଁ, ପାଣି ନାହିଁ, ଅନ୍ଧାରରେ ଚୋର ଡକାୟତଙ୍କ ରାଜୁତି ବଢ଼ୁଛି। ଏବେ ରାଜଧାନୀରେ ଲୁଟ ପରିସ୍ଥିତି ଉପୁଜୁଛି। କାହା ସହ ଯୋଗାଯୋଗ ସମ୍ଭବ ହୋଇପାରୁନାହିଁ।

ଦୋକାନ ବଜାରର ସନ୍ଧ୍ୟା ପରେ ବନ୍ଦ। କ୍ୟାଣ୍ଡେଲ ମିଳୁନି, କ୍ଷୀର ବନ୍ଦ , ବଜାରରେ ପରିବା ଦର ଫନି ପବନଠୁ ବି ବେଶୀ। ସବୁଠୁ ବଡ଼ ସମସ୍ୟା ପାଖରେ ଟଙ୍କା ନାହିଁ ଏପଟେ ଏଟିଏମ୍ ମଧ୍ୟ ବନ୍ଦ। ଏଭଳି ପରିସ୍ଥିତି କେବଳ ୨୪ ଘଣ୍ଟା ନୁହେଁ ୧୦୦ ଘଣ୍ଟାରୁ ଅଧିକ ସମୟ ହେଲା ଏଭଳି ଦୁର୍ଦ୍ଦଶା ଭିତରେ ସାଧାରଣଲୋକ। ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ବିଜୁଳି କେବେ ଫେରିବ ? ପାଣି କେବେ ମିଳିବ ? ଏଟିଏମରେ କେବେ ଟଙ୍କା ବାହାରିବ ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.