ବାହାରିଲା ICSE ଏବଂ ISC ବୋର୍ଡ ପରୀକ୍ଷା ଫଳ, ଜାଣନ୍ତୁ କେଉଁଠି କରିବେ ସର୍ଚ୍ଚ ?

ଭୁବନେଶ୍ବର(କେନ୍ୟୁଜ୍) : ଆଜି ଦ୍ବିପହର ୩ଟା ସମୟରେ ICSEର ବୋର୍ଡର ଦଶମ ଓ ଦ୍ୱାଦଶ ଶ୍ରେଣୀ (ଆଇଏସସି) ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇଛି। ଛାତ୍ରଛାତ୍ରୀ ମାନେ ପରୀକ୍ଷା ଫଳ cisce.org  ଲଗଇନ୍ କରି ଚେକ୍ କରିପାରିବେ। ଏହାଛଡ଼ା ଛାତ୍ରଛାତ୍ରୀମାନଙ୍କୁ ସିଆଇଏସ୍ସିଇ ପକ୍ଷରୁ ଏସ୍ଏମ୍ଏସ୍ ଜରିଆରେ ବି ଫଳାଫଳ ଜଣାଇ ଦିଆଯାଉଛି।

ଫନି ପାଇଁ ବିଦ୍ୟୁତ୍ ଏବଂ ଇଣ୍ଟରନେଟ ସେବା ବନ୍ଦ ରହିଥିବାରୁ ଛାତ୍ରଛାତ୍ରୀଙ୍କୁ ରେଜଲ୍ଟ ଦେଖିବାରେ ଖୁବ ଅସୁବିଧା ହୋଇଛି। ତେବେ ଆପଣଙ୍କୁ କହିବାକୁ ଚାହୁଁଛୁ ଦୁଇ ଛାତ୍ରୀଛାତ୍ରୀ ୧୦୦ ପ୍ରତିଶତ ମାର୍କ ରଖି ଦ୍ବାଦଶରେ ପୂର୍ବର ସମସ୍ତ ରେକର୍ଡ ବ୍ରେକ କରିଛନ୍ତି। ମୁମ୍ବାଇର ଆଇସିଏସ୍ଇର ଦଶମ ଶ୍ରେଣୀ ଛାତ୍ର ୯୯.୬୦ ପ୍ରତିଶତ ରଖି ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।

ICSE ଏବଂ ISC ପରୀକ୍ଷା ଫେବ୍ରୁଆରି ୪ରୁ ଆରମ୍ଭ ହୋଇ ମାର୍ଚ ୨୫ ପର‌୍ୟ୍ୟନ୍ତ ଚାଲିଥିଲା। ସେହିପରି ଆଇସିଏସଇ ଦଶମ ପରୀକ୍ଷା ଫେବ୍ରୁଆରି ୨୨ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୫ରେ ଶେଷ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.