Below header

ସ୍ୱାଭାବିକ ହେଉଛି ବିଜୁଳି ଓ ପାନୀୟ ଜଳ ଯୋଗାଣ, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପୁନରୁଦ୍ଧାର କାମ

ବାତ୍ୟା ଫନିର ପ୍ରକୋପ ବିଶେଷ ଭାବେ ପଡ଼ିଛି ବିଦ୍ୟୁତ ସେବା ଉପରେ । ପୂରା ଭିତ୍ତିଭୂମିକୁ ଦୋହଲାଇ ଦେଇଛି। ଏବେ କ୍ଷତି ଭରଣା କରିବାକୁ ଚାଲିଛି ଜୋରଦାର ପ୍ରୟାସ । ବିଭିନ୍ନ ସ୍ଥାନରେ ବିଦ୍ୟୁତ୍‌ ସଂଯୋଗ କାର୍ଯ୍ୟ ତ୍ୱରାନ୍ଵିତ କରାଯାଇଛି। ପୂର୍ବ ଦିନ ତୁଳନାରେ ସ୍ଥିତିରେ ସାମାନ୍ୟ ସୁଧାର ଆସିଛି । ୩୩ କେଭି ଲାଇନଗୁଡ଼ିକୁ କାର୍ଯ୍ୟକ୍ଷମ କରାଯାଇଥିବା ବେଳେ ବର୍ତ୍ତମାନ ୧୧କେଭି ଲାଇନକୁ ଚାର୍ଜ କରାଯିବ। ସୋମବାର ଦିନ କ୍ୟାପିଟାଲ ହସ୍ପିଟାଲ, ବିମାନ ବନ୍ଦର, ସଚିବାଳୟକୁ ବିଦ୍ୟୁତ୍‌ ଯୋଗାଇ ଦିଆଯାଇଛି । ଆଜି ଜନପଥ ଓ ପାସପୋର୍ଟ ଅଫିସ ଅଞ୍ଚଳରେ ବିଜୁଳି ବ୍ୟବସ୍ଥା ଯୋଗାଇ ଦିଆଯିବ। ତେବେ ବହୁ ପରିମାଣରେ ଗଛ ଭାଙ୍ଗି ବିଦ୍ୟୁତ୍‌ ତାର ଉପରେ ପଡ଼ିଥିବାରୁ ପୁନରୁଦ୍ଧାର କାର୍ଯ୍ୟରେ ବିଳମ୍ବ ଘଟୁଛି ।

ଏତେ ପରିମାଣରେ ବିଜୁଳି ପ୍ରଭାବିତ ହୋଇଛି ଯେ ଏହାକୁ ମରାମତି ପାଇଁ ଶ୍ରମିକ ନିଅଣ୍ଟ ପଡୁଛନ୍ତି । ଏହାକୁ ଭରଣା କରିବାକୁ ଆନ୍ଧ୍ର ପ୍ରଦେଶ, ପଶ୍ଚିମବଙ୍ଗ, ତେଲେଙ୍ଗାନା ସହ କିଛି ବେସରକାରୀ ସଂସ୍ଥା ଏବଂ ୱେସକୋ, ସାଉଥକୋରୁ ଗ୍ୟାଙ୍ଗ ଆସିଛନ୍ତି। ଟେଲିଫୋନ ସେବା ଅଚଳ ହୋଇଥିବାରୁ ଯୋଗାଯୋଗରେ ମଧ୍ୟ ସମସ୍ୟା ଉପୁଜିଛି। ସେସୁର କଣ୍ଟ୍ରୋଲ ରୁମ ମାଧ୍ୟମରେ ସମନ୍ଵୟ ରଖି କାର୍ଯ୍ୟ ଚାଲୁ ରହିଛି।

ରାଜ୍ୟ ଶକ୍ତି ବିଭାଗ ନିର୍ଦ୍ଦେଶ ପରେ ବର୍ତ୍ତମାନ ସୁଦ୍ଧା ରାଜଧାନୀରେ ୫ଟି ପ୍ରାଇମେରୀ ସବଷ୍ଟେସନକୁ ଚାର୍ଜ କରାଯାଇଛି । ଆସନ୍ତା ୪୮ ଘଣ୍ଟା ଭିତରେ ସହିଦନଗର କଣ୍ଟ୍ରୋଲ ୟୁନିଟକୁ ବିଦ୍ୟୁତ ସଂଯୋଗ କରାଯାଇ ପାରେ । ଖୁବ ଶୀଘ୍ର ଉପଭୋକ୍ତାଙ୍କୁ ସେବା ମିଳିବ ବୋଲି ଆଶା କରାଯାଉଛି। ସ୍ୱାଭାବିକ ସ୍ଥିତିକୁ ଫେରାଇ ଆଣିବାକୁ ସକାଳୁ ରାତି ଯାଏ କାମରେ ଲାଗିଛନ୍ତି କର୍ମଚାରୀ।

ରାଜଧାନୀବାସୀଙ୍କୁ ବିଦ୍ୟୁତ ଯୋଗାଇ ଦେବାକୁ ବିଭାଗୀୟ ଅଧିକାରୀ ଓ ଶ୍ରମିକମାନେ ଚଳାଇଛନ୍ତି ଆପ୍ରାଣ ଉଦ୍ୟମ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.