ଘୁଞ୍ଚିଲା ଜେଇଇ ରେଜିଷ୍ଟ୍ରେସନ୍ ତାରିଖ, ୫ ଦିନ ବଢ଼ିବ

ଭୁବନେଶ୍ବର(କେନ୍ୟୁଜ୍) : ଜଏଣ୍ଟ ଇଂଜିନିୟରିଂ ଏଣ୍ଟ୍ରାନସ୍ (ଜେଇଇ) ରେଜିଷ୍ଟ୍ରେସନ୍ ତାରିଖ ଓଡ଼ିଶାର ପିଲାମାନଙ୍କ ପାଇଁ ୫ ଦିନ ବୃଦ୍ଧି ହୋଇଛି। କିଛି ଘଣ୍ଟା ପୂର୍ବେ ଏଥିପାଇଁ ମୁଖ୍ୟମନ୍ତ୍ରୀ କକେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭେଡକର ଟୁଇଟର୍ ଜରିଆରେ ଅନୁରୋଧ କରିଥିଲେ। ଏବେ ଏବେ ଏହାର ଟ୍ବିଇଟ ଯୋଗେ ଉତ୍ତର ଦେଇଛନ୍ତି ଜାଭେଡକର। ଓଡ଼ିଶା ପିଲାମାନଙ୍କ ପାଇଁ ରେଜିଷ୍ଟ୍ରେସନ୍ ଅବଧୀ ମେ’ ମାସ ୧୪ ଯାଏଁ ରହିଛି। ପୁର୍ବରୁ ମେ’ ୩ରୁ ୯ ଯାଏଁ ରେଜିଷ୍ଟ୍ରେସନ୍ ଦିନ ଧାର‌୍ୟ୍ୟ ଥିଲା। ଯାହାକୁ ଏବେ ୧୪ ମେ ଯାଏଁ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.