Below header

କେନ୍ଦୁଝର : ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା

କେନ୍ଦୁଝର : ଘସିପୁରା ଥାନା କୋଳିମାଟି ପଞ୍ଚାୟତ କନ୍ତୋ ଗାଁରେ ଅଭାବନୀୟ ଘଟଣା । ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା କରାଯାଇଥିବା ସୁଚନା ମିଳିଛି । ମୃତ ଯୁବକ ଜଣକ ହେଲେ ବିଦ୍ୟାଧର ମୁଣ୍ଡା । ରାମଚନ୍ଦ୍ରପୁର ଗାଁର ଅର୍ଜୁନ ମୁଣ୍ଡାଙ୍କ ଭଉଣୀ ଟିକିରା ଗାଁରେ ନିଜ ଭିଣୋଇଙ୍କ ଘରକୁ ବୁଲିବାକୁ ଆସିଥିବା ବେଳେ କନ୍ତୋ ଗାଁର ବିଦ୍ୟାଧର ମୁଣ୍ଡାଙ୍କ ସହ ଘରୁ ପଳେଇଯାଇଥିଲେ । ଏ ସମ୍ପର୍କରେ ଖବର ପାଇ ଅଜୁର୍ନ ମୁଣ୍ଡା ଓ ତାଙ୍କ ପରିବାର ଖୋଜାଖୋଜି କରିବା ପରେ ପାଲବଣି ଗାଁରେ ଠାବ କରିଥିଲେ । ପରେ ନିଜ ଭଉଣୀଙ୍କୁ ସାଙ୍ଗରେ ଆଣିବା ସହ ବିଦ୍ୟାଧରଙ୍କୁ ମରାଣାନ୍ତକ ଆକ୍ରମଣ କରିଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.