ଜେଇଇ ପରୀକ୍ଷା ପଞ୍ଜିକରଣ  ତାରିଖ ଘୁଞ୍ଚାଇବା ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ପତ୍ର 

ଭୁବନେଶ୍ବର(କେନ୍ୟୁଜ୍) : ଜଏଣ୍ଟ୍ ଇଞ୍ଜିନିୟରିଂ ଏଣ୍ଟ୍ରାନ୍ସ(ଜେଇଇ) ପ୍ରବେଶିକା ପରୀକ୍ଷା ମେ ୧୨ ତାରିଖରେ ରହିଛି। ଏଥିପାଇଁ ପଞ୍ଜିକରଣ  ତାରିଖ ୩ରୁ ମେ୯ ରହିଥିଲା। ଏବେ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପାଇଁ ଏହାକୁ ୧୦ ଦିନ ଘୁଞ୍ଚାଇ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକରଙ୍କୁ ପତ୍ର ଲେଖି ନିବେଦନ କରିଛନ୍ତି।

ସାମୁଦ୍ରିକ ଝଡ଼ ‘ଫନି’ ପ୍ରଭାବରୁ ରାଜ୍ୟର ଅନେକ ସ୍ଥାନରେ ପଡିଛି। ଫଳରେ ବିଜୁଳି, ମୋବାଇଲ୍ ଓ ଇଣ୍ଟରନେଟ୍ ସେବା ଆଦି ବାଧାପ୍ରାପ୍ତ ହୋଇଛି। ଏଣୁ ଛାତ୍ରଛାତ୍ରୀମାନେ ସେମାନଙ୍କ ନାମ ପଞ୍ଜିକରଣ କରିବାକୁ ବଞ୍ଚିତ ହେବେ। ଏହି କାରଣରୁ ମୁଖ୍ୟମନ୍ତ୍ରୀ ନବୀନ କେନ୍ଦ୍ରଙ୍କୁ ଚିଠି ଲେଖି ପଞ୍ଜିକରଣ ତାରିଖ ଘୁଞ୍ଚାଇବା ପାଇଁ ଅନୁରୋଧ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.