ରଶ୍ମି ଦେସାଇଙ୍କୁ ହେଲା ଏହି ଗମ୍ଭୀର ରୋଗ ! ଖୁବ ଦିନ ହେଲା ଚାଲିଛି ଚିକିତ୍ସା

ମୁମ୍ବାଇ : କଲର୍ସ ଚ୍ୟାନେଲରେ ପ୍ରସାରିତ ଉତରଣ ଧାରାବାହିକରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ରଶ୍ମି ଦେସାଇ ଏକ ଗମ୍ଭୀର ରୋଗରେ ପୀଡିତ ଅଛନ୍ତି। ଏବେ ସୋସିଆଲ ମିଡିଆରେ ତାଙ୍କର ବଢ଼ୁଥିବା ଓଜନକୁ ନେଇ ବେଶ ଚର୍ଚ୍ଚା ହେଉଥିବା ବେଳେ ରଶ୍ମୀ ଏହା ପଛର କାରଣ ସର୍ବ ସଧାରଣରେ ବଖାଣିଛନ୍ତି।

ନିକଟରେ ରଶ୍ମି ଏକ ଇଣ୍ଟରଭ୍ୟୁରେ କହିଛନ୍ତି, ସେ ସ୍କିନ୍(ଚର୍ମ) ସମ୍ବନ୍ଧୀୟ ଏକ ରୋଗରେ ପୀଡିତ ଅଛନ୍ତି। ଏହି କାରଣରୁ ତାଙ୍କର ଓଜନ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ରୋଗ କାରଣରୁ ସେ ଖୁବ ଚିନ୍ତିତ ଅଛନ୍ତି। ଏମିତିକି ଏଥିପାଇଁ ତାଙ୍କୁ ଘର ବାହାରକୁ ଯିବାକୁ ମଧ୍ୟ ଭଲ ଲାଗୁ ନାହିଁ। ବିଗତ କିଛି ମାସ ହେଲା ରଶ୍ମି ଏହି ରୋଗଗସ୍ତ ଥିବା ଜଣାପଡିଛି।

rashami desai

ସେ କହିଛନ୍ତି, ରଶ୍ମୀ ଡିସେମ୍ବର ମାସରେ ଜାଣିବାକୁ ପାଇଥିଲେ ଯେ ତାଙ୍କୁ ସୋରାୟସିସ୍ ରୋଗ ଅଛି। ଏହି ରୋଗ ଠିକ ହେବାକୁ ଖୁବ ସମୟ ଲାଗିଥିବା ବେଳେ ଅନେକ ସମୟରେ ଠିକ୍ ମଧ୍ୟ ହୋଇନଥାଏ। ସେ ବିଗତ ୪ ମାସ ହେଲା ଷ୍ଟେରାଇଡ ଟ୍ରିଟମେଣ୍ଟରେ ଥିଲେ। ଯାହା ଫଳରେ ତାଙ୍କର ଓଜନ ଖୁବ ବଢ଼ିବାରେ ଲାଗିଛି। ଏହି ରୋଗ ଅଧିକ ଚିନ୍ତା କାରଣରୁ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.