୧୨ ଘଣ୍ଟା ପରେ ବି ମିଳୁନି ୪ ନିଖୋଜଙ୍କ ପତ୍ତା, ବ୍ରାହ୍ମଣୀ ନଦୀ ଡଙ୍ଗାବୁଡି ଘଟଣାରେ ଜାରି ରହିଛି ଉଦ୍ଧାର ଅଭିଯାନ

ଢେଙ୍କାନାଳ(କେନ୍ୟୁଜ): ୧୨ ଘଣ୍ଟା ପରେ ବି ମିଳୁନି ୪ ନିଖୋଜଙ୍କ ପତ୍ତା। ଗତକାଲି ଢେଙ୍କାନାଳ ଜିଲ୍ଲା ବ୍ରାହ୍ମଣୀ ନଦୀରେ ଡଙ୍ଗାବୁଡି ଘଟଣାରେ ଜାରି ରହିଛି ଉଦ୍ଧାର ଅଭିଯାନ । ଘଟଣାସ୍ଥଳରେ ଓଡ୍ରାଫ ଟିମ୍‌ ପହଞ୍ଚିଛି । ଗତକାଲି ରାତି ୨ଟା ପର୍ଯ୍ୟନ୍ତ ଖୋଜାଖୋଜି ଚାଲିଥିଲା । ପର୍ଜଙ୍ଗ ତହସିଲଦାର, ଥାନାଅଧିକାରୀ ଓ ଅତିରିକ୍ତ ତହସିଲଦାର ପହଞ୍ଚି ଉଦ୍ଧାର କାର୍ଯ୍ୟର ତଦାରଖ କରିଥିଲେ । ପର୍ଜଙ୍ଗ ଥାନା କୁନ୍ଦନଦେଇପୁର ଗାଁ ନିକଟରେ ଘଟିଥିଲା ଏହି ଦୁର୍ଘଟଣା। ଡଙ୍ଗାଟି ଓଡାପଡା ବ୍ଳକ ଖଡଗପ୍ରସାଦରୁ ଘାଟକୁ ଯାଉଥିଲା। ଏତିକିବେଳେ ମଝି ନଦୀରେ ବୁଡ଼ି ଯାଇଥିଲା ଡଙ୍ଗା। ଏଥିରେ ୯ ଜଣ ଯାତ୍ରୀ ଓ ନାଉରିଆ ଥିଲେ । ତେବେ ୨ଜଣ ନାଉରିଆ ୩ ଜଣ ଯାତ୍ରୀ ପହଁରି କୁନ୍ଦନଦେଇପୁର କୂଳରେ ପହଞ୍ଚିଥିଲେ। ନିଖୋଜ ଥିଲେ ୪ ଜଣ। ସେମାନେ ହେଲେ ରୋଡ ଗାଁର ସୁଶାନ୍ତ ସାହୁ, ଲୁଲୁ ନାୟକ ଓ ରମେଶ ସାହୁ ଓ କୁନ୍ଦନଦେଇପୁର ଗାଁର ବାପୁନ ଆଚାର୍ଯ୍ୟ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.