Below header

୧୪ ଦିନ ପରେ କର୍ଫ୍ୟୁ କଟକଣାରୁ ସମ୍ପୂର୍ଣ୍ଣ ମୁକ୍ତ ହେଲେ ସମ୍ବଲପୁରବାସୀ,ଉଠିଲା କର୍ଫ୍ୟୁ

କର୍ଫ୍ୟୁ ଉଠିଥିଲେ ବି ସୋସିଆଲ୍‌ ମିଡିଆ ଉପରେ ପୋଲିସ ସ୍ୱତନ୍ତ୍ର ନଜର ରହିଛି । ଯେଉଁମାନେ ଘୃଣାଭାବ, ଗୁଜବ ଆଦି ସୃଷ୍ଟି କରିବେ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ସମ୍ବଲପୁର(କେନ୍ୟୁଜ୍): ସମ୍ବଲପୁରରୁ ଉଠିଲା କର୍ଫ୍ୟୁ । ୧୪ ଦିନ ପରେ କର୍ଫ୍ୟୁ କଟକଣାରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇଛନ୍ତି ସମ୍ବଲପୁରବାସୀ । ହନୁମାନ ଜୟନ୍ତୀ ବାଇକ୍‌ ଶୋଭାଯାତ୍ରା ଉପରକୁ ପଥରମାଡ଼ ଓ ଆକ୍ରମଣ ପରେ ଅଶାନ୍ତ ହୋଇଥିଲା ସମ୍ବଲପୁର । ସ୍ଥିତି ନିୟନ୍ତ୍ରଣ ପାଇଁ ଗତ ୧୪ ତାରିଖ ମଧ୍ୟରାତ୍ରିରୁ ସହରରେ ପ୍ରଶାସନ କର୍ଫ୍ୟୁ ଲଗାଇଥିଲା ।

୬ଟି ଥାନା ଅଞ୍ଚଳରେ ଲାଗିଥିଲା କଟକଣା । ଶାନ୍ତି ଫେରିବା ପରେ ବିଭିନ୍ନ ପର୍ଯ୍ୟାୟରେ କୋହଳ ହୋଇଥିଲା କର୍ଫ୍ୟୁ । କେବଳ ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିଥିଲା । କର୍ଫ୍ୟୁ ଉଠିଥିଲେ ବି ସୋସିଆଲ୍‌ ମିଡିଆ ଉପରେ ପୋଲିସ ସ୍ୱତନ୍ତ୍ର ନଜର ରହିଛି । ଯେଉଁମାନେ ଘୃଣାଭାବ, ଗୁଜବ ଆଦି ସୃଷ୍ଟି କରିବେ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ । ସାମାଜିକ ଗଣମାଧ୍ୟମ ଉପରେ ସମ୍ବଲପୁର ପୋଲିସର ଏକ ସ୍ୱତନ୍ତ୍ର ସେଲ୍‌ ନଜର ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.