ମନ୍‌ କି ବାତ୍‌ର ଆଜି ୧୦୦ ତମ ସଂସ୍କରଣ: ନ୍ୟୁୟର୍କ ସ୍ଥିତ ଜାତିସଂଘ ମୁଖ୍ୟାଳୟରେ ବି ଏହାର ସିଧାପ୍ରସାରଣ କରାଯିବ

ପୂର୍ବାହ୍ନ ୧୧ଟାରେ ଆକାଶବାଣୀ, ଦୂରଦର୍ଶନ ଓ ଏହାସହିତ ଜଡିତ ସମସ୍ତ ନେଟୱାର୍କରେ ଏହାର ସିଧାପ୍ରସାରଣ ହେବ । ମନ୍‌ କି ବାତର ଏହି ସଂସ୍କରଣକୁ ନିଆରା କରିବା ଲାଗି ଦେଶବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।

କେନ୍ୟୁଜ୍(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ମନ୍‌ କି ବାତ୍‌ର ଆଜି ୧୦୦ ତମ ସଂସ୍କରଣ । ଶହେତମ ଏପିସୋଡରେ ଦେଶବାସୀଙ୍କୁ ମନର କଥା କହିବେ ପ୍ରଧାନମନ୍ତ୍ରୀ । ପୂର୍ବାହ୍ନ ୧୧ଟାରେ ଆକାଶବାଣୀ, ଦୂରଦର୍ଶନ ଓ ଏହାସହିତ ଜଡିତ ସମସ୍ତ ନେଟୱାର୍କରେ ଏହାର ସିଧାପ୍ରସାରଣ ହେବ । ମନ୍‌ କି ବାତର ଏହି ସଂସ୍କରଣକୁ ନିଆରା କରିବା ଲାଗି ଦେଶବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ନ୍ୟୁୟର୍କ ସ୍ଥିତ ଜାତିସଂଘ ମୁଖ୍ୟାଳୟରେ ବି ଏହାର ସିଧାପ୍ରସାରଣ କରାଯିବ । ଜାତିସଂଘରେ ଅବସ୍ଥାପିତ ଭାରତୀୟ ସ୍ଥାୟୀ ମିଶନ ପକ୍ଷରୁ ଏହି ସୂଚନା ଦିଆଯାଇଛି । ବାଣିଜ୍ୟ ଦୂତାବାସ ପକ୍ଷରୁ ମଧ୍ୟ ପ୍ରବାସୀ ଭାରତୀୟଙ୍କ ପାଇଁ ଏହି ସ୍ୱତନ୍ତ୍ର ସଂସ୍କରଣ ଶୁଣାଇବାର ବ୍ୟବସ୍ଥା କରାଯାଇଛି ।

ସେହପରି ଭୁବନେଶ୍ୱରରେ ରାଜଭବନ ପରିସରରେ ଏହାର ସ୍ୱତନ୍ତ୍ର ସ୍କ୍ରିନିଂ ପାଇଁ ହୋଇଛି ବ୍ୟବସ୍ଥା । ମନ୍‌ କି ବାତରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ସହ ଖୋଲା ଓ ଉତ୍ସାହୀ ମତ ବିନିମୟ କରି ଥାଆନ୍ତି । ବିଭିନ୍ନ ପ୍ରକାରର ପ୍ରସଙ୍ଗକୁ ଉତଥାପନ କରନ୍ତି ପ୍ରଧାନମନ୍ତ୍ରୀ । ଅଖ୍ୟାତ ପଲ୍ଲୀର ପ୍ରତିଭାଙ୍କୁ ମନ୍‌ କି ବାତରେ ସ୍ଥାନ ବି ଦେଇଛନ୍ତି । ଜୈବିକ କୃଷି, ଫିଟ୍‌ ଇଣ୍ଡିଆ ମୁଭମେଣ୍ଟ, ଖେଲୋ ଇଣ୍ଡିଆ, ବେଟୀ ବଚାଓ-ବେଟୀ ପଢ଼ାଓ, ହର ଘର ତ୍ରିରଙ୍ଗା, ଷ୍ଟାର୍ଟଅପ୍‌ ଆନ୍ଦୋଳନ, ସ୍ୱୟଂ ସହାୟକ ଗୋଷ୍ଠୀ, ସ୍ୱାସ୍ଥ୍ୟ ଓ ପ୍ରତିରକ୍ଷା କ୍ଷେତ୍ରରେ ଦ୍ରୁତ ପ୍ରଗତି ଭଳି ବିଭିନ୍ନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମନ୍‌ କି ବାତରେ ଆଲୋଚନା କରିଛନ୍ତି । ଲୋକମାନେ ଏହି କାର୍ଯ୍ୟକ୍ରମରେ ନିଜ କାହାଣୀ ଓ ବିଚାର ବ୍ୟକ୍ତ କରିଥାଆନ୍ତି । ଏହି କାର୍ଯ୍ୟକ୍ରମ ଉଭୟ ଦେଶ ଓ ବିଦେଶରେ ବହୁଳ ଭାବରେ ଲୋକପ୍ରିୟ ହୋଇଛି । ମନ୍‌ କି ବାତ୍‌ କାର୍ଯ୍ୟକ୍ରମ ଜନସଧାରଣଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କକୁ ଅଧିକ ସୁଦୃଢ଼ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.