ଆଜି ଅଧିକ ରହିବ କାଳବୈଶାଖୀ ପ୍ରଭାବ, ବଢିବ ବର୍ଷା ପରିମାଣ

୧୩ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ଅରେଞ୍ଜ ୱାର୍ଣ୍ଣିଂ ଜାରି ଜିଲ୍ଲାରେ ଘଣ୍ଟାପ୍ରତି ୪୦ରୁ ୫୦ କିମି ଓ ୟେଲୋ ୱାର୍ଣ୍ଣିଂ ଜାରି ଜିଲ୍ଲାରେ ପୱନର ୱେଗ ଘଣ୍ଟାପ୍ରତି ୩୦-୪୦ କିଲୋମିଟର ରହିପାରେ ।

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ଜାରି ରହିଛି କାଳବୈଶାଖୀ ପ୍ରଭାବ । କିଛି କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଲାଗି ରହିଛି । ଆଗାମୀ୪ ଦିନ ଯାଏ କାଳବୈଶାଖୀ ପ୍ରଭାବ ରହିବ । ଆଜି ଅଧିକ ରହିବ ପ୍ରଭାବ । ବଢିବ ବର୍ଷା ପରିମାଣ । ଆଜି ଉପକୂଳ, ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ । ଏଥିପାଇଁ ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ଏସବୁ ଜିଲ୍ଲା ହେଲା ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି ଓ ନବରଙ୍ଗପୁର । ଏଥିରୁ ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୭ରୁ ୧୧ ସେଣ୍ଟିମିଟର ଯାଏ ବର୍ଷିପାରେ । କିଛି ସ୍ଥାନରେ କୁଆପଥର ବର୍ଷା ବି ହେବ ।

୧୩ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ଅରେଞ୍ଜ ୱାର୍ଣ୍ଣିଂ ଜାରି ଜିଲ୍ଲାରେ ଘଣ୍ଟାପ୍ରତି ୪୦ରୁ ୫୦ କିମି ଓ ୟେଲୋ ୱାର୍ଣ୍ଣିଂ ଜାରି ଜିଲ୍ଲାରେ ପୱନର ୱେଗ ଘଣ୍ଟାପ୍ରତି ୩୦-୪୦ କିଲୋମିଟର ରହିପାରେ । ଦକ୍ଷିଣ ଛତିଶଗଡ଼ରୁ ବାହାରି ଆରବସାଗର ପର୍ଯ୍ୟନ୍ତ ବ୍ୟାପିଥିବା ନିମ୍ନଚାପ ରେଖା ସହ ଓଡ଼ିଶା ଓ ଉପକୂଳର ଆଖପାଖ ଅଞ୍ଚଳରେ ଏକ ଗୁରୁଚାପ ରେଖା ସକ୍ରିୟ ରହିଛି । ଫଳରେ ରାଜ୍ୟ ମଧ୍ୟକୁ ପର୍ଯ୍ୟାପ୍ତ ପରିମାଣର ଜଳୀୟ ବାଷ୍ପ ପ୍ରବେଶ କରୁଛି । ଆଗାମୀ ୪ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ଆସନ୍ତା ୩ ତାରିଖ ଯାଏ ରାଜ୍ୟରେ କାଳବୈଶାଖି ପ୍ରଭାବରେ ବିକ୍ଷିପ୍ତ ବର୍ଷା ପବନ ଜାରି ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.