Below header

୨ବର୍ଷ ପରେ ନିଜ ନାବାଳିକା ଝିଅକୁ ପାଇଲେ ମାଆ, କାନ୍ଦି କାନ୍ଦି ଜାହିର କଲେ ଖୁସି

ସମ୍ବଲପୁର(କେନ୍ୟୁଜ୍): ୨ବର୍ଷ ପରେ ନିଜ ଝିଅକୁ ପାଇଲେ ମାଆ । ୨୦୨୦ ମସିହାରେ ସମ୍ବଲପୁରର ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ହୀରାକୁଦ ରେଳ ଷ୍ଟେସନରୁ ୭ବର୍ଷର ଏକ ନାବାଳିକାକୁ ଉଦ୍ଧାର କରି ସିଡବ୍ଲୁସିକୁ ହସ୍ତାନ୍ତର କରିଥିଲେ । ସୂଚନା ଅନୁଯାୟୀ, ନାବାଳିକାଙ୍କ ବାପା ତାଙ୍କ ମା’ଙ୍କ ଶହ ଝଗଡା କରି ଝିଅକୁ ସମ୍ବଲପୁର ନେଇ ଚାଲି ଆସିଥିଲେ । ସମ୍ବଲପୁର ଅଇଁଠାପାଲି ଅଞ୍ଚଳରେ ରହି ଏକ ଦୋକାନରେ କାମ କରିଥିଲେ ।

ଝିଅକୁ ରଖିବାରେ ଅସୁବିଧା ହେବାରୁ ହୀରାକୁଦ ଷ୍ଟେସନରେ ଝିଅକୁ ଛାଡି କିଛି ଆଣିବାକୁ ଯାଇଥିବା ବେଳେ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା । ପରେ ନାବାଳିକାକୁ ସ୍ୱେଚ୍ଛାସେବୀ ମାନେ ସିଡବ୍ଲୁସିକୁ ହସ୍ତାନ୍ତର କରିଥିଲେ । ତେବେ ଝିଅକୁ ଖୋଜି ଖୋଜି ସମ୍ବଲପୁରରେ ପହଞ୍ଚିଥିଲେ ମାଆ । ଦୀର୍ଘ ୨ବର୍ଷ ପରେ ନିଖୋଜ ନାବାଳିକା ଝିଅକୁ ପାଇବା ପରେ କାନ୍ଦି କାନ୍ଦି ତାଙ୍କ ଖୁସି ଜାହିର କରିଥିଲେ ମାଆ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.