ଖସୁଛି ପାରଦ, ବଢ଼ୁଛି ଶୀତ; ଶୀତୁଆ ଉତ୍ତରା ପବନରେ ଥରୁଛି ମୟୂରଭଞ୍ଜ

ମୟୂରଭଞ୍ଜ (କେନ୍ୟୁଜ): ମୟୂରଭଞ୍ଜ ଜିଲ୍ଲାରେ ଖସୁଛି ପାରଦ। ଦିନକୁ ଦିନ ବଢିବାରେ ଲାଗିଛି ଶୀତ। ଜନଜୀବନ ଅସ୍ତବ୍ୟସ୍ତ। ଶୀତ ଯୋଗୁ ସକାଳ ଓ ସଂଧ୍ୟା ୮ଟା ପରେ ରାସ୍ତାଘାଟ ଶୂନ୍‌ଶାନ୍‌। ଗତକାଲି ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଥିବା ଉପର ବାରାକାମୁଡାରେ ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ ରେକର୍ଡ କରାଯାଇଥିଲା।

ଶୀତରୁ ରକ୍ଷା ପାଇବା ପାଇଁ ଲୋକ ସକାଳେ ଓ ସନ୍ଧ୍ୟାରେ ନିଆଁ ଜାଳି ବସି ରହୁଛନ୍ତି। ମୟୂରଭଞ୍ଜ ଜିଲ୍ଲାରେ ଶୀତ ସହ ପ୍ରବଳ କୁହୁଡ଼ି ପଡୁଛି। କରଞ୍ଜିଆ ଉପଖଣ୍ଡର ଶୁକୃଳି, ରରୁଁଆ, ଯଶିପୁର ଅଞ୍ଚଳରେ ପ୍ରବଳ କୁହୁଡି ଦେଖିବାକୁ ମିଳୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.