ଆଜି ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନ, ରୋଡ୍ ସୋ କରି ଭୋଟ ଭିକ୍ଷା କରିବେ ବର୍ଷା ସିଂ ବରିହା

ବରଗଡ଼ (କେନ୍ୟୁଜ): ଆଜି ପଦ୍ମପୁର ଉପନିନର୍ବାଚନ ପାଇଁ ପ୍ରଚାରର ଶେଷ ଦିନ । ଶେଷ ଦିନରେ ସବୁ ଦମ୍ ଲଗାଇଛନ୍ତି ତିନି ପ୍ରମୁଖ ଦଳର ପ୍ରାର୍ଥୀ । ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହାଙ୍କ ପାଇଁ ଦଳର ହେଭିେଓ୍ଵଟ୍ ପ୍ରଚାର ମଇଦାନରେ ଅଛନ୍ତି । ଗତକାଲି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପ୍ରଚାର କରିଥିଲେ ।
ଦଳରେ ଜୋସ୍ ବଢ଼ାଇଥିଲେ ନବୀନ ପଟ୍ଟନାୟକ । ତିନିଟି ସ୍ଥାନରେ ପ୍ରଚାର କରିଥିଲେ । ପଦ୍ମପୁରବାସୀଙ୍କ ବହୁ ଦିନର ଜିଲ୍ଲା ଦାବି ପୂରଣ ହେବ। ୨୦୨୩ରେ ସ୍ୱପ୍ନ ହେବ ସାକାର। ପ୍ରଚାର ସମୟରେ ଏହି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ରୋଡ୍ ସୋ କରି ଭୋଟ ଭିକ୍ଷା କରିବେ ବର୍ଷା ସିଂ ବରିହା ।