Below header

ଯାଜପୁର ୧୬ନଂ ଜାତୀୟ ରାଜପଥ ସରୋଇ ଛକ ନିକଟରେ ଦୁର୍ଘଟଣା ପରେ ଜଳିଗଲା ବାଇକ୍ ସହ ଟ୍ରକ୍, ଦମ୍ପତି ଗୁରୁତର

ଯାଜପୁର(କେନ୍ୟୁଜ): ଜାତୀୟ ରାଜପଥ ଉପରେ ଦୁର୍ଘଟଣା ପରେ ଜଳିଗଲା ଟ୍ରକ ଓ ବାଇକ। ଫଳରେ ବାଇକରେ ଯାଉଥିବା ଦମ୍ପତି ଗୁରୁତର ଭାବେ ଆହତ ହୋଇଛନ୍ତି। ଏଭଳି ଘଟଣା ଘଟିଛି ୧୬ନଂ ଜାତୀୟ ରାଜପଥ ସରୋଇ ଛକ ନିକଟରେ। ଗୁରୁତର ଦମ୍ପତି ହେଲେ ଭଦ୍ରକ ବନ୍ତ ଅଂଚଳର ତାପସ ତରେଇ ଓ ଶୁଭଲକ୍ଷ୍ମୀ ନାୟକ। ଉଭୟ ଆଜି ଭୁବନେଶ୍ୱରରୁ ଭଦ୍ରକ ଅଭିମୁଖେ ଫେରୁଥିବା ସମୟରେ ଘଟିଥିଲା ଏହି ଦୁର୍ଘଟଣା। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବଡ଼ଚଣା ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

accidentଖବର ପାଇ ଚଣ୍ଡିଖୋଲ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଁଚି ଗାଡ଼ିରେ ଲାଗିଥିବ ନିଆଁକୁ ଲିଭାଇଥିଲେ। ତେବେ ସେତେବେଳକୁ ବାଇକଟି ସମ୍ପୂର୍ଣ ଜଳିଯାଇଥିବା ବେଳେ ଟ୍ରକର ସମ୍ମୁଖ ଭାଗ ଜଳିଯାଇଥିଲା। କିଛି ସମୟ ପାଇଁ ଜାତୀୟ ରାଜପଥରେ ଗାଡ଼ି ଚଳାଚଳରେ ବାଧା ଉପୁଜିଥିଲା। ଖବର ପାଇ ଧର୍ମଶାଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡି ଚଳାଚଳ ସ୍ବାଭାବିକ କରିବା ସହ ତଦନ୍ତ ଚଳାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.