Below header

ସ୍ଵାମୀ ଚାଲିଯିବାପରେ ବୃଦ୍ଧା ଶାଶୁଙ୍କ ସହ ୪ ଝିଅଙ୍କୁ ନେଇ ଦୁଃଖରେ ଦିନ କାଟୁଛନ୍ତି ଅର୍ଚ୍ଚନା

ଅଧା ବାଟରେ ହାତ ଛାଡ଼ି ଆରପାରିକୁ ଚାଲିଗଲେ ରୋଜଗାରିଆ ସ୍ଵାମୀ । ଏବେ ନାହିଁ ନାହିଁ ଭିତରେ ବଞ୍ଚୁଛି ଏହି ଅସହାୟ ପରିବାର । ଚାରୋଟି ଛୁଆ ସାଙ୍ଗକୁ ଶାଶୁଙ୍କ ମୁହଁରେ କଣ ଆହାର ଦେବେ ସେଇ ଚିନ୍ତାରେ ସକାଳରୁ ରାତି କେତେବେଳେ ପାହିଯାଉଛି ଜଣାପଡୁନାହିଁ ।

ଆନନ୍ଦପୁର(କେନ୍ୟୁଜ୍): ଅଧା ବାଟରେ ହାତ ଛାଡ଼ି ଆରପାରିକୁ ଚାଲିଗଲେ ରୋଜଗାରିଆ ସ୍ଵାମୀ । ଏବେ ନାହିଁ ନାହିଁ ଭିତରେ ବଞ୍ଚୁଛି ଏହି ଅସହାୟ ପରିବାର । ଚାରୋଟି ଛୁଆ ସାଙ୍ଗକୁ ଶାଶୁଙ୍କ ମୁହଁରେ କଣ ଆହାର ଦେବେ ସେଇ ଚିନ୍ତାରେ ସକାଳରୁ ରାତି କେତେବେଳେ ପାହିଯାଉଛି ଜଣାପଡୁନାହିଁ । ଏମିତି ଜଣେ ଅଭାଗିନୀର ଦୁର୍ଦଶା ଓ ତାଙ୍କ ପରିବାରର ଜ୍ୱାଳା କାହାଣୀ ଦେଖିବାକୁ ମିଳିଛି ଘସିପୁରା ବ୍ଲକ ବାଇଲୋ ପଞ୍ଚାୟତ ବାରିଗାଁ ଗ୍ରାମରେ ।

ଗାଁର ଦୋଳଗୋବିନ୍ଦ ପଲେଇ । ମଜୁରୀ ଲାଗି ପରିବାର ଚଳାଉଥିଲେ । ବୁଢ଼ୀ ମା , ସ୍ତ୍ରୀ ଅର୍ଚ୍ଚନା ସହ ୪ ଟି ଝିଅଙ୍କୁ ନେଇ ଦୋଳଗୋବିନ୍ଦଙ୍କ ସଂସାର ସୁରୁଖୁରୁରେ ଚାଲୁଥିଲା । ହେଲେ ବିଧାତାର ବିଧି ବୋଧହୁଏ କିଛି ଅଲଗା ଥିଲା । ଗତ ମାର୍ଚ୍ଚ ୩୧ ତାରିଖରେ ନିକଟସ୍ଥ ଶାଳପଡାରେ ନାମ ସଂକୀର୍ତ୍ତନ କରୁଥିବା ବେଳେ ହୃଦଘାତରେ ମୃତ୍ୟୁବରଣ କଲେ ସେ । ଦୋଳଗୋବିନ୍ଦଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଉପରେ ଅଦିନିଆ ଝଡ଼ ମାଡ଼ି ଆସିଥିଲା । ସାହି ପଡିଶାଙ୍କ ସହଯୋଗରେ ଶୁଦ୍ଧିକ୍ରିୟା ସାରିଲା । ଏପଟେ ଏବେ ଭଙ୍ଗା ଦଦରା ପାଲ ପକ୍କା ଘରେ ତାଙ୍କ ପରିବାର ଲୋକଙ୍କ ଜୀବନ କଟୁଛି । ଝିଅ ମାନଙ୍କର ପାଠ ପଢିବାରେ ମଧ୍ୟ ବନ୍ଧା ହୋଇଯାଇଛି ଡୋରି ।

archana

ବାପାଙ୍କ ମୃତ୍ୟୁପରେ ଛୋଟ ବୟସରେ ଚାରୋଟି ଝିଅ ବେସାହାରା ହୋଇ ପଡିଥିବା ବେଳେ ସେମାନଙ୍କ ମୁହଁରେ ଟିକିଏ ଆହାର ଯୋଗାଇ ଦେବାକୁ ଅସମର୍ଥ ମା ଟିକିଏ ସାହାର୍ଯ୍ୟ ପାଇଁ ଆକୁଳ ନିବେଦନ କରୁଛନ୍ତି । ଭଙ୍ଗା ଦଦରା ଘର ସାଙ୍ଗକୁ ଛୁଆ ସହିତ ଶାଶୁଙ୍କ ଜୀବନ ବଞ୍ଚାଇବାକୁ ସଂଘର୍ଷ କରୁଥିବା ମହିଳାଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ଦାବି ରଖିଥିବା ବେଳେଳ ଏନେଇ ତଦନ୍ତ ପରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆନନ୍ଦପୁର ଉପଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି।

ବୋଝ ଉପରେ ନଳିତା ବିଡା ସଦୃଶ ଏହି ଅସହାୟ ପରିବାର ପାଇଁ ଆବଶ୍ୟକ ରହିଛି ଟିକିଏ ସାହାରାର । ନଚେତ୍ ପରିବାରଟି ଅକାଳରେ ଝଡିଯିବ ।
ଯଦି କେହି ସହୃଦୟ ବ୍ୟକ୍ତି ଏହି ପରିବାର କୁ ସାହାର୍ଯ୍ୟ କରିବାକୁ ଚାହୁଁଥାନ୍ତି ତେବେ ଏହି ଆକଉଣ୍ଟ ନମ୍ବର ରେ ସାହାର୍ଯ୍ୟ ପଠାଇ ପାରିବେ ।

NANE – Kanchan Palei
Odisha Gramya Bank Salapada
ACCOUNT – 201634001002409
IFSC – IOBAROGB01
PHONE-7681869850

ଆନନ୍ଦପୁରରୁ ସ୍ଵପ୍ନେଶ୍ଵର ପଣ୍ଡା, କେନ୍ୟୁଜ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.