ଖୋର୍ଦ୍ଧା ପରେ ଭୁବନେଶ୍ୱର ଜେଲରେ ସୁରକ୍ଷା ଢିଲା, ମାରପିଟ୍‌ ହେଲେ ଅପରାଧୀ

ଜେଲ୍‌ ଭିତରେ ଯୁଦ୍ଧ । ନିଶା କାରବାରକୁ ନେଇ ଭୁବନେଶ୍ୱର ସ୍ୱତନ୍ତ୍ର କାରାଗାରରେ ଗୋଷ୍ଠୀ ସଂଘର୍ଷ। ଦୁର୍ଦ୍ଦାନ୍ତ ଅପରାଧୀ ଚକରା ଜେଲରେ ଗ୍ୟାଙ୍ଗ କରି ନିଜର ଦବଦବା ଜାହିର କରିବାକୁ ଯାଇ ଶମ୍ଭୁନାଥକୁ ମରଣାନ୍ତକ ଆକ୍ରମଣ କରିଥିଲା।

ଭୁବନେଶ୍ୱର: ଜେଲ୍‌ ଭିତରେ ଯୁଦ୍ଧ । ନିଶା କାରବାରକୁ ନେଇ ଭୁବନେଶ୍ୱର ସ୍ୱତନ୍ତ୍ର କାରାଗାରରେ ଗୋଷ୍ଠୀ ସଂଘର୍ଷ। ଦୁର୍ଦ୍ଦାନ୍ତ ଅପରାଧୀ ଚକରା ଜେଲରେ ଗ୍ୟାଙ୍ଗ କରି ନିଜର ଦବଦବା ଜାହିର କରିବାକୁ ଯାଇ ଶମ୍ଭୁନାଥକୁ ମରଣାନ୍ତକ ଆକ୍ରମଣ କରିଥିଲା । ଆହତ କଏଦୀକୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜେଲ କ୍ୟାଣ୍ଟିନରେ ଦୁର୍ଦ୍ଦାନ୍ତ ଅପରାଧୀ ଚକ୍ରଧର ଓରଫ ଚକରା ଗ୍ୟାଙ୍ଗର ଦାଦାଗିରି । ଶମ୍ଭୁନାଥକୁ ଆକ୍ରମଣ କରିଥିଲେ ଚକରା, ଜଗା ଓ ପପୁ । ନିଶା କାରବାରକୁ ନେଇ ଆକ୍ରମଣ କରିଥିବା ସୂଚନା ମିଳିଛି। ଶମ୍ଭୁ ଗଞ୍ଜେଇ କାରବାର ମାମଲାରେ ଜେଲ ରେ ଅଛି। ଚକରା ପୂର୍ବରୁ ରବି ରାଓ ଗ୍ୟାଙ୍ଗରେ ଥିଲା। ୨୦୨୨ ମେ ୧୨ରେ ଚକରାକୁ କମିଶନରେଟ ପୋଲିସ ଏନକାଉଣ୍ଟର କରିଥିଲା। ଦୁଇ ବର୍ଷ ହେଲା ଜେଲରେ ରହି ଗ୍ୟାଙ୍ଗ ତିଆରି କରି ସାରିଲାଣି । ଏବେ ଦାଦାଗିରି କରୁଛି । ଘଟଣାକୁ ନେଇ ଜେଲ ଅଧୀକ୍ଷକଙ୍କ ଏତଲା ପରେ ଲକ୍ଷ୍ମୀ ସାଗର ଥାନା ପୋଲିସ ତଦନ୍ତ କରୁଛି ।

ସେପଟେ ଖୋର୍ଦ୍ଧା ଜେଲରୁ ମିଳିଛି ମୋବାଇଲ ଫୋନ। ପୋଲିସକୁ ମୋବାଇଲ ଥିବା ନେଇ ଜଣେ କଏଦୀ ସୂଚନା ଦେଇଥିବା ସଂଦେହ କରି ପ୍ରକାଶ ନାଏକକୁ ଅନ୍ୟ କଏଦୀମାନେ ନିସ୍ତୁକ ମାଡ଼ ମାରି ଥିଲେ । ସେହିପରି ଜେଲରୁ ବ୍ରାଉନ ସୁଗର ଅପରେଟ ହେଉଥିବା ଖବର ମଧ୍ୟ ସାମ୍ନା କୁ ଆସିଛି । ଏନେଇ ଖୋର୍ଦ୍ଧା ପୋଲିସ ୭ଜଣଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ କରୁଛି।

ଭୁବନେଶ୍ୱର ସ୍ୱତନ୍ତ୍ର ଜେଲ ଆଧୁନିକୀକରଣ, ସୁରକ୍ଷା ନାଁରେ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା କଥା ଜେଲ ବିଭାଗ ପକ୍ଷରୁ କୁହାଯାଉଛି । ହେଲେ ତାହା ଫଳପ୍ରଦ ହେଉ ନାହିଁ। ବିଭାଗୀୟ ଉଦାସୀନତା ଓ ସୁରକ୍ଷାରେ ଢିଲା ଯୋଗୁଁ ଏଭଳି ଘଟୁଥିବା କହିଛନ୍ତି ପୂର୍ବତନ ପୋଲିସ ଅଧିକାରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.