Below header

ଅପରେସନ୍ ପରେ ଶିଶୁ ପାଟିରୁ ବାହାରିଲା ଫ୍ରାଏ ପ୍ୟାନ୍

ଝାରସୁଗୁଡା : ଅପରେସନ୍ ପରେ ଶିଶୁ ପାଟିରୁ ବାହାରିଲା ଫ୍ରାଏ ପ୍ୟାନ୍। ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ଧରି ଡାକ୍ତରମାନେ ଅପରେସନ କରିବା ପରେ ଫ୍ରାଏ ପ୍ୟାନର ହ୍ୟାଣ୍ଡେଲଟିକୁ ବାହାର କରାଯାଇଛି। ଗତକାଲି ଝାରସୁଗୁଡ଼ାରେ ଘଟିଥିଲା ଏହି ଅଭାବନୀୟ ଘଟଣା। ଲଖନପୁର ବ୍ଲକ ଅନ୍ତର୍ଗତ ସାହାଜବାହାଲ ଗାଁର ଅମିତ ଗୁରୁ ତା ମାମୁଘର ପତ୍ରାପଲିକୁ ଆସିଥିଲା। ସାଙ୍ଗ ମାନଙ୍କ ସହ ଖେଳୁଥିବାବେଳେ ପ୍ୟାନରେ ଲାଗିଥିବା ଏକ ଲମ୍ବା ହ୍ୟାଣ୍ଡେଲକୁ ପାଟି ଭିତରେ ପୁରାଇ ଦେଇଥିଲା। ଫଳରେ ଏହା ପାଟି ଭିତରେ ଫଶି ରହିଯାଇଥିଲା। ପରେ ପରିବାରଲୋକେ ତାକୁ ଝାରସୁଗୁଡା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ ଅମିତକୁ ଘରୋଇ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସଫଳତାର ସହ ଅମିତର ଅସ୍ତ୍ରୋପଚାର ଶେଷ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.