କାଜଲଙ୍କ ଫିଲ୍ମର ଟ୍ରେଲରରେ ହେଲା ଭୁଲ : କ୍ଷମା ମାଗିଲେ ପ୍ରଯୋଜକ  ସ୍ବାମୀ

ମୁମ୍ବାଇ :ଗତକାଲି ବଲିଉଡ଼ ଅଭିନେତ୍ରୀ କାଜଲଙ୍କ ଜନ୍ମ ଦିନ ଥିବା ସହ ତାଙ୍କ ଆଗାମୀ ଫିଲ୍କ ହେଲିକାପ୍ଟର ଇଲାର ଟ୍ରେଲର ରିଲିଜ୍ ହୋଇଥିଲା। କନ୍ତୁ ଫିଲ୍ମର ଟ୍ରେଲରରେ ହୋଇଯାଇଥିଲା ଏକ ବଡ଼ ଭୁଲ। ଯାହା ପାଇଁ ଟ୍ବିଇଟ୍ ଯୋଗେ କ୍ଷମା ମାଗିଛନ୍ତି ଫିଲ୍ମର ପ୍ରଡ଼୍ଯୁସର ଏବଂ କାଜଲଙ୍କ ସ୍ବାମୀ ଅଭିନେତା ଅଜୟ ଦେବଗନ। କଥା କଣ କି, ଟ୍ରେଲରରେ ଭୁଲବଶତଃ ଲିରିସିଷ୍ଟ ସ୍ବାନନ୍ଦ କିରାକେରୀଙ୍କ ନାମ ଯୋଡ଼ିବାକୁ ଭୁଲି ଯାଇଥିଲେ। ଯାହା ପାଇଁ କ୍ଷମା ମାଗିଲେ ଅଜୟ ଦେବଗନ।

ଅଭିନେତା ଅଜୟ ନିଜ ଟ୍ବିଇଟରେ ଲେଖିଥିଲେ , ଆମେ ଭୁଲବଶତଃ ହେଲିକାପ୍ଟର ଇଲାର ଟ୍ରେଲରରେ ଫିଲ୍ମର ଲିରିସିଷ୍ଟ ସ୍ବାନନ୍ଦ  କରାକେରୀଙ୍କ ନାମ ଉଲ୍ଲେଖ କରିବାକୁ ଭୁଲି ଯାଇଥିଲେ। ମୁଁ ଏଥିପାଇଁ କ୍ଷମା ମାଗୁଛି , ଆମେ ଏହାକୁ ଠିକ୍ କରିଦେଉଛୁ। ଫିଲ୍ମର ଟ୍ରେଲରକୁ ଅଜୟ ଦେବଗନଙ୍କ ଅଫିସିଆଲ ୟୁଟ୍ଯୁବ୍ ଚ୍ଯାନେଲରେ ଅପଲୋଡ଼ କରାଯାଇଛି। ଏହାକୁ ଏବେ ପର୍ଯ୍ଯନ୍ତ ୧ଲକ୍ଷରୁ ଅଧିକ ଲୋକ ଦେଖିସାରିଛନ୍ତି। ଏବେ ଏହା ଦେଖିବା ବାକି ରହିଲା ଅଜୟ ଏହି ଟ୍ରେଲରକୁ ପେଜରୁ ଡ଼ିଲିଟ କରୁଛନ୍ତି କି ଏହାକୁ ଏଡ଼ିଟ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.