Below header

ବିବାଦରେ ଖୋର୍ଦ୍ଧା ସାରୁଅରେ ଟିଭି ଚ୍ୟାନେଲ ଷ୍ଟୁଡିଓ, ଗ୍ରାମବାସୀ ଓ ଷ୍ଚୁଡିଓ ସୁରକ୍ଷା କର୍ମୀ ମୁହାଁମୁହିଁ

କେନ୍ୟୁଜ୍(ବ୍ୟୁରୋ): ପୁଣି ବିବାଦରେ ଖୋର୍ଦ୍ଧା ଜିଲ୍ଲା ସାରୁଅ ଶିଳ୍ପାଞ୍ଚଳରେ ତରଙ୍ଗ ଟିଭି ଚ୍ୟାନେଲ ଷ୍ଟୁଡିଓ। ଜମି ଜବରଦଖଲକୁ ନେଇ ଗ୍ରାମବାସୀ ଓ ଷ୍ଚୁଡିଓ ସିକ୍ୟୁରିଟି ମୁହାଁମୁହିଁ। ସାରୁଅ ଗାଁର ବହୁ ଚାଷୀଙ୍କ ଜମି ସହିତ ପୋଖରୀ, ସର୍ବସାଧାରଣ ରାସ୍ତାକୁ ଜବରଦଖଲ କରି ତରଙ୍ଗ କର୍ତ୍ତୃପକ୍ଷ ପାଚେରୀ ନିର୍ମାଣ କରିଥିବା ଅଭିଯୋଗ ହୋଇଛି। ଏପରି କି ଗ୍ରାମବାସୀଙ୍କୁ ଯିବାକୁ ବାଟ ଛାଡୁନଥିବା ସ୍ଥାନୀୟ ଲୋକେ କହିଛନ୍ତି। ଖରିଫ ଫସଲ ସମୟରେ ଜମିକୁ ଯିବାକୁ ଚାଷୀଙ୍କ ପାଇଁ ରାସ୍ତା ନାହିଁ। ସର୍ବସାଧାରଣ ରାସ୍ତାରେ ଗଲେ ତରଙ୍ଗ ଷ୍ଟୁଡିଓର ସିକ୍ୟୁରିଟି କର୍ମଚାରୀଙ୍କ ଆକ୍ରୋଶର ଶିକାର ହେଉଛନ୍ତି।

୧୫ତାରିଖରେ ଜଣେ ଚାଷୀ ତାଙ୍କ ଜମିକୁ ଯାଉଥିବା ବେଳେ ସୁରକ୍ଷାକର୍ମୀ ତାଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ବାଘମାରୀ ଥାନାରେ ଗ୍ରାମବାସୀଙ୍କ ତରଫରୁ ଏକ ଏତଲା ଦିଆଯାଇଥିଲା। ପରେ ଷ୍ଟୁଡିଓର ସୁରକ୍ଷା କର୍ମୀଙ୍କ ପକ୍ଷରୁ ଆଉ ଗୋଟିଏ ଏତଲା ଦିଆଯାଇଛି। ଜୋର ଜବରଦସ୍ତ ଚାଷୀମାନଙ୍କ ଜମି ହଡପ ଏବଂ ସର୍ବସାଧାରଣ ରାସ୍ତା ଅବରୋଧ ନେଇ ଗାଁରେ ଦେଖା ଦେଇଛି ଅସନ୍ତୋଷ। ପ୍ରତିକ୍ରିୟା ପାଇଁ ଉଭୟ ପୋଲିସ ଓ ତରଙ୍ଗ ଷ୍ଟୁଡିଓ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ପ୍ରତିକ୍ରିୟା ମିଳିପାରିନି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.