Below header

ବଲାଙ୍ଗିର : ପୁଣି ଚାଷୀ ଆତ୍ମହତ୍ୟା ଉଦ୍ୟମ ଅଭିଯୋଗ

ବଲାଙ୍ଗିର (କେନ୍ୟୁଜ୍) : ପୁଣି ଚାଷୀ ଆତ୍ମହତ୍ୟା ଉଦ୍ୟମ ଅଭିଯୋଗ। ଫସଲ ଭଲ ନହେବାରୁ ବଲାଙ୍ଗିର ତୁରେକେଲା ବ୍ଲକ କୁଲିଆଦରୋ ଗାଁର ଭଗତ ସଗରିଆ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଭଗତ ହାତ ଉଧାର କରି ଜମିରେ କପା ଚାଷ କରିଥିଲେ। ତେବେ ଫସଲ ଭଲ ନେବାରୁ ସେ ଚିନ୍ତାଗ୍ରସ୍ତ ହୋଇ କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ପରିବାରଲୋକେ ଅଭିଯୋଗ କରିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କଣ୍ଟାବାଞ୍ଜି ଓ ପରେ ବାଲାଙ୍ଗିର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.