ଭଦ୍ରକ : ସାପ କାମୁଡାରେ ଗଲା ଜୀବନ

ଭଦ୍ରକ (କେନ୍ୟୁଜ୍) : ସାପ କାମୁଡାରେ ଗଲା ଜୀବନ। ଭଦ୍ରକ ଧାମନଗରରେ ପୂର୍ବତନ ସରପଞ୍ଚଙ୍କ ମୃତ୍ୟୁ ହୋଇଛି। ମୃତ ସରପଞ୍ଚଙ୍କ ନାଁ ଜୟଦେବ ସାହୁ । ସେ ଧାମନଗର ବ୍ଳକ ଖପରପଦା ପଞ୍ଚାୟତର ପୂର୍ବତନ ସରପଞ୍ଚ ଥିଲେ । ଗତକାଲି ବିଳମ୍ବିତ ରାତିରେ ତାଙ୍କୁ ସାପ କାମୁଡିବାରୁ ଭଦ୍ରକ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରିବାବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ବ୍ଳକ ଅଧ୍ୟକ୍ଷ ଆଶା ନାୟକଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଡାକ୍ତରଖାନାରେ ପହଞ୍ଚିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.