Below header

ପୁଣି ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା, ଜଙ୍ଗଲରୁ ଝୁଲନ୍ତା ମୃତଦେହ ଉଦ୍ଧାର

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ପଲମ ଫାଣ୍ଡି ଅନ୍ତର୍ଗତ ସାଲେଭଟା ଗ୍ରାମ୍ୟ ଜଙ୍ଗଲ ନିକଟସ୍ଥ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ପୋଲିସର ସୂଚନା ଅନୁଯାୟୀ ପଲମ ଫାଣ୍ଡି ଅନର୍ଗତ ସାଲେଭଟା ଗ୍ରାମର ମିନି ପରାଭୋଇଙ୍କ ସ୍ତ୍ରୀ ବବି ପରାଭୋଇ ଗତ ଶନିବାର ଦିନଠାରୁ ନିଖୋଜ ହୋଇ ଥିବା ସ୍ୱାମୀ ମିନି ପରାଭୋଇ ପଲମ ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ ।

ତେବେ ସାଲେଭଟା ଜଂଗଲ ନିକଟସ୍ଥ ଏକ ଗଛରୁ ବବି ପରାଭୋଇ ଏବଂ ଅନ୍ୟ ଜଣେ ସିଲେଟପଡା ଗ୍ରାମର ଲିଙ୍ଗରାଜ ମାଝି ଉଭୟଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ସ୍ଥାନୀୟ ଲୋକେ ଦେଖିଥିଲେ । ଖବର ପରେ ପୋଲିସ ଘଟଣା ସ୍ଥଳରେ ପହଁଚି ଉଭୟଙ୍କ ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଚଳାଇଛି । ତେବେ ମୃତକ ଦୁଇ ଜଣଙ୍କ ମଧ୍ୟରେ ବହୁ ଦିନରୁ ପ୍ରେମ ସମ୍ପର୍କ ରହିଥିବା ଚର୍ଚ୍ଚା ହେଉଥିବା ବେଳେ ଏହା ହତ୍ୟା ନା ଆତ୍ମହତ୍ୟା ପୋଲିସର ତଦନ୍ତ ପରେ ହିଁ ଜଣା ପଡିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.