ହୋଟେଲ ରୁମ, ଟ୍ରାଏଲ ରୁମ କିମ୍ବା ବାଥରୁମରେ କ୍ୟାମେରା ଅଛି କି ନାହିଁ କେମିତି ଜାଣିବେ ଜାଣନ୍ତୁ

ସପିଂ କରିବା ସବୁ ମହିଳାଙ୍କୁ ବହୁତ ପସନ୍ଦ। ସପିଂ ସମୟରେ ସବୁବେଳେ ଯୁବତୀମାନେ ନିଜ ପସନ୍ଦର ପୋଷାକକୁ ନେଇ ଠିକ ଠାକ ଫିଟିଙ୍ଗ ହେଉଛି କି ନାହିଁ ଦେଖିବା ପାଇଁ ଟ୍ରାଏଲ ରୁମରେ ଟ୍ରାଏ କରନ୍ତି। କିନ୍ତୁ ଏହି ସମୟରେ ଏହି ଭୟ ବି ମନରେ ଆସିଥାଏ ସେଠାରେ ହିଡେନ କ୍ୟାମେରା ତ ଲାଗିନି। ଏହି ସିଚୁଏସନକୁ ସବୁ  ମହିଳାଙ୍କୁ ଫେସ କରିବାକୁ ପଡିଥାଏ। ଯଦି ଆମେ ଟିକିଏ ବି ସାବଧାନରେ ରହିବା ତାହେଲେ ଏଭଳି ପରିସ୍ଥିତିକୁ ସହଜରେ ହ୍ୟାଣ୍ଡେଲ କରିପାରିବା। ହୋଟେଲ ରୁମ, ଟ୍ରାଏଲ ରୁମ କିମ୍ବା ବାଥରୁମରେ କ୍ୟାମେରା ଅଛି କି ନାହିଁ କେମିତି ଜାଣିବେ ଜାଣନ୍ତୁ।

ରୁମ ଲାଇଟ ବନ୍ଦ କରିଦିଅନ୍ତୁ

ଯଦି ଆପଣଙ୍କୁ ସନ୍ଦେହ ହେଉଛି ଯେ ଟ୍ରାଏଲ ରୁମରେ କ୍ୟାମେରା ରହିଛି ତାହେଲେ ଲାଇଟ୍‌ ବନ୍ଦ କରିଦିଅନ୍ତୁ। ଲାଇଟ ବନ୍ଦ କରିବା ପରେ ଦେଖନ୍ତୁ ସେଠାରେ ଗ୍ରୀନ କିମ୍ବା ରେଡ ଲାଇଟ ଦେଖାଯାଉଛି କି ନାହିଁ।

ମୋବାଇଲ୍‌ ନେଟଓ୍ଵାର୍କ

ଟ୍ରାଏଲ ରୁମରେ ଯିବା ପରେ ସବୁବେଳେ ଧ୍ୟାନ ରଖନ୍ତୁ ଯେ ଆପଣଙ୍କ ଫୋନରେ ନେଟଓ୍ଵାର୍କ ଅଛି ନା ନାହିଁ। କାରଣ ଯେଉଁଠି ହିଡେନ କ୍ୟାମେରା ଥାଏ ସେଠାରେ ମୋବାଇଲ ନେଟଓ୍ଵାର୍କ କାମ କରେନାହିଁ। ଏମିତି ବି ମୋବାଇଲ ନେଟଓ୍ଵାର୍କ ନ ଆସିବାର ବହୁତ କାରଣ ରହିଥାଇପାରେ।

ଫଟୋ କ୍ଲିକ କରନ୍ତୁ

ଯଦି ଆପଣଙ୍କୁ ଫିଲ ହୁଏ ଯେ ଟ୍ରାଏଲ ରୁମରେ କ୍ୟାମେରା ରହିଛି ତାହେଲେ ନିଜର ଫୋନରୁ ଫଟୋ କ୍ଲିକ କରନ୍ତୁ। ଯଦି ଫଟୋ କ୍ଲିକ କରିବା ସମୟରେ କିଛି ଇରିଟେଟିଙ୍ଗ ଶବ୍ଦ ବାହାରୁଥାଏ ତାହେଲେ ବୁଝିନଅନ୍ତୁ ରୁମରେ କ୍ୟାମେରା ରହିଛି।

ମିରର ପଛପଟେ

ଆଜିକାଲି ଏମିତି ମିରର ବା ଦର୍ପଣ ଆସୁଛି ଯେଉଁଥିରେ କ୍ୟାମେରା ଲଗାଯାଇପାରେ। ଏମିତିରେ ଦର୍ପଣ ଉପରେ ଆଙ୍ଗୁଳି ରଖନ୍ତୁ। ଆଉ ଦେଖନ୍ତୁ ଯେ ଆଙ୍ଗୁଳି ମଝିରେ ଗ୍ୟାପ ନ ରହୁଥାଏ କିମ୍ବା ଯୋଡି ହୋଇ ରହୁଥାଏ ତାହେଲେ ଜାଣନ୍ତୁ ଦର୍ପଣ ପଛରେ କ୍ୟାମେରା ଲାଗିଛି।

ଫୋନରେ ଏକ ଆପକୁ କରନ୍ତୁ ଡାଉନଲୋଡ

ହିଡେନ କ୍ୟାମେରା ବିଷୟରେ ପତ୍ତା ଲଗାଇବାକୁ ହେଲେ ଫୋନରେ ବଡିଗାର୍ଡ ନାମକ ଏକ ଆପକୁ ଡାଉନଲୋଡ କରନ୍ତୁ। ଏହି ଆପକୁ ଅନ୍‌ କରିବା ପରେ ଟ୍ରାଏଲ ରୁମରେ ବୁଲାନ୍ତୁ। ଯଦି ଲାଲ ରଙ୍ଗର ବତି ଜଳିବ ତାହେଲେ ଏହାର ଅର୍ଥ ରୁମରେ କ୍ୟାମେରା ଲାଗିଛି।