Below header

ଆଜି ଭୁବନେଶ୍ୱରରେ ୩୬୫ ନୂଆ କରୋନା ପଜିଟିଭ ଚିହ୍ନଟ, ୩୨୯ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱରରୁ ଆଜି ୩୬୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ 116 ଜଣ କ୍ବରେଣ୍ଟାଇନ ଓ ୨49 ଜଣ ଲୋକାଲ କଣ୍ଟାକ୍ଟ କେସରୁ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ବିଟ ଜରିଆରେ ଏହି ସୂଚନା ଦେଇଛି ବିଏମସି । ଅନ୍ୟ ପକ୍ଷରେ ଭୁବନେଶ୍ୱରରୁ ଆଜି ୩୨୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

କ୍ବାରେଣ୍ଟାଇନରୁ ଚିହ୍ନଟ କରୋନା ପଜିଟିଭ ବ୍ୟକ୍ତିମାନେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ଶୈଳଶ୍ରୀ ବିହାର, ପଟିଆ, ଚନ୍ଦ୍ରଖେଖରପୁର, ବରମୁଣ୍ଡା, ମଂଚେଶ୍ୱର, ନୟାପଲ୍ଲୀ, ଭରତପୁର, ଜୟଦେବ ବିହାର, ନୀଳାଦ୍ରି ବିହାର ଇତ୍ୟାଦି ସ୍ଥାନରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।


ସେହିପରି ଲୋକାଲ  କଣ୍ଟାକ୍ଟ  କେସ୍  ଯୋଗୁଁ ଆଜି ଚନ୍ଦ୍ରଶେଖରପୁର, ନୟାପଲ୍ଲୀ, ପଟିଆ, ଜୟଦେବ ବିହାର, ମଂଚେଶ୍ୱର, ଡୁମଡୁମା, ପୁରୁଣା ଭୁବନେଶ୍ୱର, ଝାରପଡ଼ା,  ୟୁନିଟ-୪, ପୋଖରିପୁଟ, ବମିଖାଲ, ଭୀମପୁର, ସାମନ୍ତରାପୁର, ଶୈଳଶ୍ରୀ ବିହାରରୁ ଅନେକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଏହାକୁ ମିଶାଇ ଭୁବନେଶ୍ୱରରୁ ଆଜି ପର୍ଯ୍ୟନ୍ତ ୨୩ ହଜାର ୯୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୨୦ ହଜାର ୨୧୭ ଜଣ ସୁସ୍ଥ ହୋଇସାରିଛନ୍ତି। ଏବେ ୩ ହଜାର ୫୭୧ ଜଣ ଆକ୍ରାନ୍ତ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ୧୦୫ ଜଣଙ୍କର ମୃତ୍ୟୁ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.