IPL 2020: ଟିକିଏ ଫୁରସତ ପାଇ ଗିଟାର ଧରି ଗୀତ ଅଭ୍ୟାସ କରୁଛନ୍ତି ଏହି ଷ୍ଟାର ଖେଳାଳି, ଦେଖନ୍ତୁ Video

ଇଣ୍ଡିଆନ ପ୍ରିମିୟର ଲିଗ(IPL)ର ୧୩ତମ ସିଜନ କରୋନା ମହାମାରୀ ଯୋଗୁ ୟୁଏଇରେ ଖେଳାଯାଉଛି। ଲିଗର ସମସ୍ତ ମ୍ୟାଚ ୩ଟି ଭେନ୍ୟୁ ୟୁଏଇ, ଦୁବାଇ ଏବଂ ଶାରଜାହରେ ଚାଲିଛି। ତେବେ ଚଳିତ ସିଜନ ବାୟୋ ବବଲରେ ଖେଳାଯାଉଛି, ଯାହାଫଳରେ ଖେଳାଳିମାନେ ବାୟୋ ବବଲରେ ହିଁ ମ୍ୟାଚ ଖେଳୁଛନ୍ତି ଏବଂ ଅଭ୍ୟାସ କରୁଛନ୍ତି। ଏହାଛଡ଼ା ପ୍ରତ୍ୟେକ ଟିମ ନିଜ ନିଜର ହୋଟେଲରେ ଅଲଗା ଅଲଗା ଆକ୍ଟିଭିଟି ମାଧ୍ୟମରେ ସମୟ ବିତାଉଛନ୍ତି।

dk

ଏହାରି ଭିତରେ ରାଜସ୍ଥାନ ରୟାଲସର କ୍ୟାପଟେନ ଷ୍ଟିଭ ସ୍ମିଥ ନିଜର ଏକ ଭିଡ଼ିଓ ସେୟାର କରିଛନ୍ତି। ଏହି ଭିଡ଼ିଓରେ ସ୍ମିଥ ଗିଟାର ବଜାଇବା ସହ ଗୀତ ମଧ୍ୟ ଗାଉଛନ୍ତି। ସ୍ମିଥଙ୍କୁ କ୍ରିକେଟ ସହିତ ମ୍ୟୁଜିକ ଏବଂ ସିଙ୍ଗିଙ୍ଗରେ ବହୁତ ରୁଚି ରହିଛି। ଏହି ଭିଡ଼ିଓକୁ ସେ ନିଜ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ସେୟାର କରିଛନ୍ତି। ଭିଡ଼ିଓ ସେୟାର କରି ସ୍ମିଥ ଲେଖିଛନ୍ତି, ‘ଦୁବାଇରେ ସମୟ ମିଳିବାରୁ ଟିକେ ଅଭ୍ୟାସ କରୁଛି। ଯଦିଓ ଅଧିକ କାମ ଦରକାର’। ସ୍ମିଥଙ୍କର ଏହି ଭିଡ଼ିଓକୁ ଅନେକ ଲୋକ ଲାଇକ କରିଛନ୍ତି।

 

View this post on Instagram

 

A bit of practice in my downtime here in Dubai. Need plenty more work though 🎸

A post shared by Steve Smith (@steve_smith49) on

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.