ଉପକୂଳ ପରେ କଂଗ୍ରେସ ଫୋକସରେ ପଶ୍ଚିମ ଓଡ଼ିଶା : ପୁଣି ଓଡ଼ିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି

ଭୁବନେଶ୍ବର (କେନ୍ୟୁଜ୍) : ଉପକୂଳ ପରେ ଏବେ କଂଗ୍ରେସ ଫୋକସରେ ପଶ୍ଚିମ ଓଡ଼ିଶା । ଆସନ୍ତା ୬ ତାରିଖରେ ସୁନ୍ଦରଗଡ ଜିଲ୍ଲାର ରାଉରକେଲା ଓ କଳାହାଣ୍ଡି ଜିଲ୍ଲାର ଭବାନିପାଟନାରେ ସଭା କରିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ପ୍ରଥମେ ଭବାନୀପାଟଣାରେ ଜନସଭା କରିବା ପରେ ରାଉରକେଲା ଯାଇ ଜନସଭାକୁ ସମ୍ବୋଧନ କରିବେ ବୋଲି ଜଣାପଡ଼ିଛି।

ଗତ ୨୫ ତାରିଖରେ ତମାଣ୍ଡୋ ସଭାରେ ଉଭୟ ବିଜେଡି ଏବଂ ବିଜେପିକୁ ଟାର୍ଗେଟ କରିଥିଲେ କଂଗ୍ରେସ ଅଧ୍ୟକ୍ଷ । ରାହୁଲଙ୍କ ରାଉରକେଲା ଗସ୍ତରେ ଉଠିପାରେ ବ୍ରାହ୍ମଣୀ ବ୍ରିଜରେ ଦ୍ୱିତୀୟ ସେତୁ ଏବଂ ଆଇଜିଏଚ୍ ହସ୍ପିଟାଲକୁ ସୁପରସ୍ପେଷାଲିଟ୍ ହସ୍ପିଟାଲ ପ୍ରସଙ୍ଗ । ଏ ନେଇ ସେ କେନ୍ଦ୍ରକୁ ଟାର୍ଗେଟ କରିପାରନ୍ତି ରାହୁଲ ଗାନ୍ଧି । ସାଧାରଣ ନିର୍ବାଚନକୁ ଆଉ ଅଳ୍ପ କିଛି ଦିନ ଥିବାରୁ କଂଗ୍ରେସ ଶିବିର ଚଳଚଞ୍ଚଳ ହୋଇଛି ।

Leave A Reply

Your email address will not be published.