Below header

ଏସବିଆଇ ଗ୍ରୁପ ତରଫରୁ ଆୟୋଜିତ ହୋଇଛି ଏସବିଆଇ ଗ୍ରୀନ ମାରାଥନ ୨୦୧୯

ଭୁବନେଶ୍ବର (କେନ୍ୟୁଜ୍) : ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବା ଏସବିଆଇ ଗ୍ରୁପ ତରଫରୁ ଆୟୋଜିତ ହୋଇଛି ଏସବିଆଇ ଗ୍ରୀନ ମାରାଥନ ୨୦୧୯ । ଏହି କାର‌୍ୟ୍ୟକ୍ରମକୁ ଭୁବନେଶ୍ୱର ଏସବିଆଇ ସିଜିଏମ ପ୍ରବୀଣା କାଲା ଉଦଘାଟନ କରିଥିଲେ । ଭାରତୀୟ ମହିଳା ଫୁଟବଲ ଦଳର ପୂର୍ବତନ ଅଧିନାୟକ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ଆଥଲେଟ୍ ଅନୁରାଧା ବିଶ୍ୱାଳ, ହକୀ ତାରାକା ପ୍ରବୋଧ ତିର୍କୀଙ୍କ ସହ କଳ୍ପନା ଦାଶ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ତିନୋଟି ପର‌୍ୟ୍ୟାୟରେ ଏହି ଗ୍ରୀନ ମାରାଥନ ଆୟୋଜିତ ହୋଇଥିଲା । ପ୍ରଥମେ ୨୧ କିଲୋମିଟର, ଦ୍ୱିତୀୟରେ ୧୦ କିଲୋମିଟର ଏବଂ ତୃତୀୟରେ ୫ କିଲୋମିଟର ପ୍ରତିଯୋଗୀତା ହୋଇଥିଲା । ସାରା ଦେଶରୁ ମୋଟ ୩ ହଜାରରରୁ ଅଧିକ ପ୍ରତିଯୋଗୀ ଏହି ମାରାଥନରେ ସାମିଲ ହୋଇଥିଲେ । ବିଜୟ ଲାଭ କରିଥିବା ପ୍ରଥମ ପ୍ରତିଯୋଗୀକୁ ୨୦ ହଜାର, ଦ୍ୱିତୀୟ ପ୍ରତିଯୋଗୀଙ୍କୁ ୧୫ ହଜାର ଓ ତୃତୀୟ ପ୍ରତିଯୋଗୀଙ୍କୁ ୫ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି ।

ସବ୍ୟସାଚ୍ଚୀ ଓ ଅଭିନେତ୍ରୀ ଅର୍ଚ୍ଚିତା ଫ୍ଲାଗ ଦେଖାଇ ମାରାଥନକୁ ଉଦଘାଟନ

ଢେଙ୍କାନାଳ କଣ୍ଟାବଣିଆସ୍ଥିତ ଟାଟାଷ୍ଟିଲ BSL ପକ୍ଷରୁ ପ୍ରଥମ ଥର ପାଇଁ ଆୟୋଜନ କରାଯାଇଛି ମିନି ମାରାଥନ୍। ବରିଷ୍ଠ ଓ କନିଷ୍ଠ ଦୁଇଟି ବିଭାଗରେ ଦୌଡ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରାୟ ୩ହଜାରରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ୩ଟି ପର‌୍ୟ୍ୟାୟରେ ମାରାଥନ୍ର ଆୟୋଜନ କରାଯାଇଥିଲା। ବିଜେତା ମାନଙ୍କୁ ୩ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ଅଭିନେତା ସବ୍ୟସାଚ୍ଚୀ ଓ ଅଭିନେତ୍ରୀ ଅର୍ଚ୍ଚିତା ଫ୍ଲାଗ ଦେଖାଇ ମାରାଥନକୁ ଉଦଘାଟନ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.