ପିଲାଙ୍କୁ ଲଲିପପ୍ ଖାଇବାକୁ ଦେଉଥିଲେ, ନିଶ୍ଚିତ ପଢ଼ନ୍ତୁ ଏହି ରିପୋର୍ଟ

ପୁଣେ : ଲଲିପପ୍ ଛୋଟ ପିଲାଙ୍କର ମନପସନ୍ଦ ହୋଇଥାଏ। କିନ୍ତୁ ଏହି ମନପସନ୍ଦ ଜିନିଷ ବେଳେବେଳେ ଘାତକ ମଧ୍ୟ ସାବ୍ୟସ୍ତ ହୋଇଥାଏ। ଯଦି ଆପଣଙ୍କ ଘରେ ମଧ୍ୟ ଛୋଟ ପିଲା ରହିଛନ୍ତି ଏବଂ ତାଙ୍କୁ ଲଲିପପ୍ ପସନ୍ଦ ତେବେ ଏହି ଖବର ନିହାତି ଆପଣଙ୍କ ପାଇଁ। ଦୋକାନକୁ ଯିବା ମାତ୍ରେ ସବୁ ଛୋଟ ପିଲା ଲଲିପପ୍ ଖାଇବା ପାଇଁ ଜିଦି କରିଥାନ୍ତି। ଏନେଇ ଆପଣ ତାଙ୍କ ହାତରେ ଲଲିପପ୍ ଧରାଇ ଆସନ୍ତୁ ଜାଣିବା କଣ ରହିଛି ଲଲିପପ୍ ଖାଇବାର କୁପରିଣାମ।

ନିକଟରେ ପୁଣେରେ ନିଜ ଛୋଟ ଛୁଆକୁ ଲଲିପପ୍ ଖୁଆଇବା ଜଣେ ମାଁଙ୍କୁ ମହଙ୍ଗା ପଡ଼ିଛି। ଜଣେ ମହିଳା ତାଙ୍କ ପିଲାକୁ ଲଲିପପ୍ ଖାଇବାକୁ ଦେଇ ଭୁଲି ଯାଇଥିଲେ। ଯାହା ଫଳରେ ଛୁଆଟି ଚକୋଲେଟ ସହ ତାହାର କାଠିକୁ ମଧ୍ୟ ଗିଳି ଦେଇଥିଲା। ଅତ୍ୟନ୍ତ ଚେଷ୍ଠା ପରେ ମଧ୍ୟ ପିଲାଟି ତଣ୍ଟିରୁ ସେହି କାଠିଟି ବାହାରି ନଥିଲା। ଛୋଟ ଛୁଆଟି କିଛି ଜାଣିନପାରି କଷ୍ଠରେ ଚିତ୍କାର କରୁଥିଲା। ଏନେଇ ତୁରନ୍ତ ମହିଳା ତାକୁ ଡାକ୍ତରଖାନା ନେଇଯାଇଥିଲେ।

ନିଶ୍ଚିତ ପଢ଼ନ୍ତୁ : ଏ କି ମାନସିକତା : ଶବଘରେ ମୃତକ ହେଲେ ଦୁଷ୍କର୍ମର ଶିକାର

ଡାକ୍ତରଖାନାରେ ଏକ୍ସରେ ପରେ ଜଣାପଡ଼ିଥିଲା, ପିଲାଟିର ପେଟରେ ଲଲିପପର କାଠି ଅଟକିଯାଇଛି। ଯାହାକୁ ପରେ ବହୁ କଷ୍ଠରେ ଏଣ୍ଡ୍ରୋସ୍କୋପି କରି ବାହାର କରାଯାଇଥିଲା। ଏଣୁ ଛୋଟ ପିଲାଙ୍କୁ ଲଲିପପ୍ ଦେଉଥିବା ସମୟରେ ସଜାଗ ରୁହନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.