ସୁପରମ୍ଯାନ ନୁହଁ ମଟକା ମ୍ୟାନ୍‌  : ୬୦ରୁ ଅଧିକ ମାଠିଆରେ ମାଗଣା ପିଆଉଛନ୍ତି ପାଣି

ଆପଣ ଭାବୁଥିବେ ସ୍ପାଇଡର୍ମ୍ୟାନ୍‌, ସୁପର ମ୍ୟାନ, ବ୍ୟାଡ ମ୍ୟାନ୍ ଶୁଣିଥିଲୁ ହେଲେ ମଟକା ମ୍ୟାନ୍କେଉଁଠୁ ଆସିଲେ ଦର୍ଶକ ବନ୍ଧୁ  ମଟ୍କା ମ୍ୟାନ ବା ମାଠିଆ ମଣିଷ ହେଉଛନ୍ତି ଦିଲ୍ଲୀର ଜଣେ ସାଧାରଣ ବ୍ୟକ୍ତି ଯିଏ ରାଜଧାନୀ ଦିଲ୍ଲୀର ଅଲଗା ଅଲଗା ଯାଗାକୁ ମାଠିଆରେ ପାଣି ପହଞ୍ଚାଇ ରାହାଗିରି ମଜଦୁର ମାନଙ୍କର ଶୋଷ ମେଣ୍ଟାଉଛନ୍ତି ତାଙ୍କ ପାଇଁ ରାସ୍ତାରେ ଯିବା ଆସିବା କରୁଥିବା ବ୍ୟକ୍ତିଙ୍କୁ ପ୍ରତିଦିନ ସହଜରେ ପାଣି ମିଳିଯାଉଛି ବଡ଼ କଥା, ଏଥିପାଇଁ ସେ କାହାଠୁ ଟଙ୍କାଟିଏ ବି ନେଉ ନାହାନ୍ତି

ରାଜଧାନୀ ଦିଲ୍ଲୀରେ ଗ୍ରୀଷ୍ମର ପ୍ରଚଣ୍ଡ ପ୍ରହାର ପ୍ରତିବର୍ଷ ଲୋକଙ୍କୁ ଅସ୍ତବ୍ୟସ୍ତ କରେ ଅତ୍ୟଧିକ ଗରମ କାରଣରୁ ଲୋକଙ୍କ ହାଲ ବେହାଲ ହୋଇଯାଏ ପ୍ରତିବର୍ଷ ଗରମ ରେକଡ ଭାଙ୍ଗେ ଆକାଶରୁ ଯେମିତି ବର୍ଷା ହୁଏ ନିଆଁ  ଗ୍ରୀଷ୍ଣର ପ୍ରହାରକୁ ସହ୍ୟ ନକରିପାରି ଅନେକ ଲୋକ ମୃତ୍ୟୁବରଣ ବି କରନ୍ତି ଗ୍ରୀଷ୍ଣର ପ୍ରଭାବ ଏତେ ଥାଏ ଯେ ରାସ୍ତାଘାଟ ବି ତରଳି ଯାଉଥିବା ନଜିର ଅଛି ସୂର୍ଯ୍ୟଙ୍କର ପ୍ରଚଣ୍ଡ ଉତ୍ତାପରୁ ଲୋକଙ୍କୁ ଟିକେ ଆଶ୍ୱସ୍ତି ଦେବାକୁ ଆଗକୁ ଆସିଛନ୍ତି ଦିଲ୍ଲୀର ପଞ୍ଛିଲବାଗରେ ରହୁଥିବା ଜଣେ ୬୮ ବର୍ଷୀୟ ବ୍ୟକ୍ତି ଅଲଗ ନଟରାଜନ (Alag Natarajan) ଏହି ବ୍ୟକ୍ତିଙ୍କ ରାଜଧାନୀର ଅଲଗା ଅଲଗା ଯାଗାରେ ୬୦ରୁ ଅଧିକ ମାଠିଆ ଲଗାଇଛନ୍ତି ଆଉ ଲୋକଙ୍କୁ ନିଶୁଳ୍କ ପାଣି ପିଆଉଛନ୍ତି

ଅଲଗ ନଟରାଜନ ପ୍ରତିଦିନ ହାଜର ହଜାର ଲୋକଙ୍କ ଶୋଷ ମେଣ୍ଟାଉଛନ୍ତି ଏହି କାମରେ ସେ ସକାଳ ୪ଟାରୁ ହିଁ ଲାଗିଯାଆନ୍ତି ରାହାଗିରି ମଜଦୁର ମାନଙ୍କର ଶୋଷ ମେଣ୍ଟାଇବାକୁ ସେ ଖାସ ଭାବେ ଏକ ଭ୍ୟାନ ତିଆରି କରିଛନ୍ତି ଘରୁ ଗୋଟିଏ ଡ୍ରମରେ ପାଣି ଫୁଲ କରି ନିଅନ୍ତି ଆଉ ରାସ୍ତା କଡରେ ରଖାଯାଇଥିବା ମାଠିଆକୁ ଭ୍ୟାନରେ ଲାଗିଥିବା ମୋଟର ସାହାଯ୍ୟରେ ଭରନ୍ତି ରାସ୍ତାରେ ଯିବା ଆସିବା କରୁଥିବା ଲୋକେ ଯେପରି ଏହି ମାଠିଆରୁ ଥଣ୍ଡା ସ୍ୱଚ୍ଛ ପାଣି ପାଇପାରିବେ ଲୋକଙ୍କୁ ନିଶୁଳ୍କ ପାଣିର ବ୍ୟବସ୍ଥା କରିବା କାରଣରୁ ଲୋକେ ତାଙ୍କୁ ମଟକା ମ୍ୟାନ ନାଁରେ ଡାକନ୍ତି

ନଟରାଜନ ଜଣେ ରିଟାୟର୍ଡ ଇଞ୍ଜିନିୟର ଲଣ୍ଡନରେ ୩୨ ବର୍ଷ ଇଞ୍ଜିନିୟର ଭାବେ କାମ କରିବା ପରେ, ୨୦୦୫ରେ ସେ ଭାରତ ଫେରନ୍ତି   ଗୋଟିଏ ସମୟ ଥିଲା ଯେବେ ସେ କ୍ୟାନ୍ସର ଭଳି ରୋଗର କବ୍ଜାରେ ଥିଲେ କ୍ୟାନସରକୁ ସଫଳତା ପୂର୍ବକ ମାତ ଦେବା ପରେ ନଟରାଜନଙ୍କ ମନରେ ସମାଜ ସେବାର ଭାବନା ଜାଗ୍ରତ ହୁଏ ଏହାପରେ ସେ ମାଠିଆ କିଣି ବାହାରି ପଡିନ୍ତି ଲୋକଙ୍କ ଶୋଷ ମେଣ୍ଟାଇବାକୁ ନଟରାଜନ ମାଠିଆ ଷ୍ଟାଣ୍ଡରେ ୪ରୁ ଥର ଚକ୍କର ଲଗାନ୍ତି ଯେମିତି କୌଣସି ବି ମାଠିଆ ଖାଲି ରହିଯିବ ତାଙ୍କର ଏହି ନିଆରା ତରିକା ଦେଖି ଆଜି ଅନେକ ଲୋକ ତାଙ୍କ ଠାରୁ ପ୍ରଭାବିତ ହେଉଛନ୍ତି ଖାଲି ସେତିକି ନୁହେଁ ନଟରାଜନ କ୍ୟାନ୍ସର ହସ୍ପିଟାଲ ମାନଙ୍କରେ ସେବା ବି ବାଣ୍ଟିଛନ୍ତି ଗରିବଙ୍କ ଅନ୍ତିମସଂସ୍କାର ପାଇଁ ସେ ଯଥା ସମ୍ଭବ ସାହାଯ୍ୟ କରନ୍ତି

ପରିଚୟ ମଟକା ମ୍ୟାନର କିନ୍ତୁ ନଟରାଜନ ତାଙ୍କ ଗାଡିରେ ଖିରି, ଲସି, ତରଭୁଜ ବି ରଖନ୍ତି ରାସ୍ତାରେ କାହାର ବି ଦେହ ଖରାପ ହେଲେ ଯେମିତି ତୁରନ୍ତ ତାଙ୍କୁ ସାହାଯ୍ୟ କରିପାରିବ ସାଇକେଲରେ ପ୍ରେସର ଦେବା ପାଇଁ ନଟରାଜନ ତାଙ୍କ ଗାଡିରେ ପମ୍ପ ମଧ୍ୟ ରଖିବାକୁ ଭୁଲନ୍ତି ନାହିଁ ଏହାସହ ଫ୍ରିରେ ଲୋକଙ୍କ ସାଇକେଲରେ ଘଣ୍ଟି ବି ଲଗାନ୍ତି ନଟରାଜନଙ୍କ କହିବା କଥା ଧନୀମାନଙ୍କ ପାଇଁ ଚିନ୍ତା କରିବାକୁ ଅନେକ ଅଛନ୍ତି କିନ୍ତୁ ସାଧାରଣ ଲୋକଙ୍କ ପାଇଁ ଚିନ୍ତା କରିବାକୁ ବହୁତ କମ ଆଗକୁ ଆସନ୍ତି ନଟରାଜନ ସମସ୍ତ କାମ ନିଜ ସାମର୍ଥ୍ୟରେ ହିଁ କରନ୍ତି ଏଥିପାଇଁ ସେ କାହାର ସାହାଯ୍ୟ ନିଅନ୍ତିନି

ଦିଲ୍ଲୀର ଅଲଗ ନଟରାଜନ ପ୍ରକୃତରେ ଅନ୍ୟ ବ୍ୟକ୍ତିଙ୍କ ଠାରୁ ବହୁତ ଅଲଗା ସେ ପ୍ରମାଣିତ କରି ଦେଖାଇଛନ୍ତି କୌଣସି ପରିବର୍ତ୍ତନ ଆଣିବା ପାଇଁ ସଂକଳ୍ପ ଜରୁରୀ ଦୃଢ ସଂକଳ୍ପ ହିଁ ଜଣଙ୍କୁ ଆଗକୁ ବଢିବାକୁ ତାକତ ଆଉ ସାହାସ ଦେଇଥାଏ ଯେଉଁ ସଂକଳ୍ପ ନେଇ ଏବେ ଆଗେଇ ଚାଲିଛନ୍ତି ଏହି ମଟକା ମ୍ୟାନ୍ବା ମାଠିଆ ମଣିଷ

Leave A Reply

Your email address will not be published.