Below header

ପୁଣି ଭାଇରାଲ୍‌ ହେଲା ରକ୍ତ ଚରିତ୍ର ଗ୍ରୁପ୍‌ର ଭିଡ଼ିଓ, ରାତି ୩ଟାରେ କାର୍‌ ଉପରେ କରୁଛନ୍ତି ଷ୍ଟଣ୍ଟ ସୋ

ଭୁବନେଶ୍ବର(କେନ୍ଯୁଜ୍): ପୁଣି ଭାଇରାଲ୍‌ ହେଲା ରକ୍ତ ଚରିତ୍ର ଗ୍ରୁପ୍‌ର ଭିଡ଼ିଓ । ରାତି ୩ଟାରେ କାର୍‌ ଉପରେ କରୁଛନ୍ତି ଷ୍ଟଣ୍ଟ ସୋ । କାର୍‌ ଡୋର ଖୋଲି ବିପଦଜନକ ଭାବେ ଡ୍ରାଇଭିଂ କରୁଛନ୍ତି ଯୁବକ ।

ଘଟଣାରେ ପୂର୍ବରୁ ୭ ଜଣଙ୍କୁ ପୋଲିସ ଗିରଫ କରିଥିବାବେଳେ ଗତକାଲି ୨ଜଣ କୋର୍ଟରେ ଆତ୍ମସମର୍ପଣ କରିଥିଲେ। ସୋମବାର ରକ୍ତଚରିତ୍ର ଗ୍ୟାଙ୍ଗର ସଦସ୍ୟ ଚେଙ୍ଗ ଘରେ ପୋଲିସ ପଶି ଖୋଳତାଡ କରିବାର ଦିନକ ପରେ ଗତକାଲି ଆତ୍ମସମର୍ପଣ କରିଥିଲେ ୨ ଅଭିଯୁକ୍ତ।

ସୂଚନା ଥାଉକି, ରାଜଧାନୀରେ ଏହି ରକ୍ତ ଚରିତ୍ର ଗ୍ୟାଙ୍ଗ ରାତି ହେଲେ ଉତ୍ପାତ କରୁଛନ୍ତି । ଭୟରେ ରାତିରେ ଲୋକ ଘରୁ ପାଦ କାଢିବାକୁ ଡରୁଛନ୍ତି । ସେମାନଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ୍‌ ଗଠନ କରିଛି କମିଶନରେଟ ପୋଲିସ। ହାତରେ ବନ୍ଧୁକ ଓ ମାରଣାସ୍ତ୍ର ଧରି ଦାମୀ ଗାଡ଼ିରେ ବୁଲୁଛନ୍ତି । ନିଶାରେ ଚୁର ହୋଇ ବିଚ୍‌ ରାସ୍ତାରେ ମତୁଆଲା ଡ୍ୟାନ୍ସ କରୁଛନ୍ତି । ରାଜଧାନୀର ବିଭିନ୍ନ ଅଞ୍ଚଳରେ ବୁଲି ବୁଲି ଭିଡିିଓ ସୁଟ୍‌ କରିବା ସହ ସୋସିଆଲ୍‌ ମିଡିଆରେ ଭିଡିଓ ପୋଷ୍ଟ କରୁଛନ୍ତି । ଭୟରେ ରାତିରେ ଲୋକ ଘରୁ ପାଦ କାଢିବାକୁ ଡରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.