Below header

ଓଜନ ହ୍ରାସ ପାଇଁ ଆଜି ସନ୍ଧ୍ୟାରେ ବନାନ୍ତୁ ଚିକେନ୍‌-କଖାରୁ ସୁପ୍‌, ଜାଣନ୍ତୁ କେମିତି କରିବେ ପ୍ରସ୍ତୁତ

ଆପଣ ସନ୍ଧ୍ୟାରେ ସ୍ନାକ୍ସ ଭାବେ ଖାଇବା ପାଇଁ ଅନେକ ଚଟାପଟା, ରାଗ, ଟେଷ୍ଟି ଖାଦ୍ୟ ପ୍ରସ୍ତୁତ କରିଥିବେ। କିନ୍ତୁ କେବେ ନିଜ ଓଜନ କଥା ଚିନ୍ତା କରି ଏମିତି କିଛି ସ୍ୱାସ୍ଥ୍ୟକର ସୁପ୍‌ ବନାଇଛନ୍ତି କି ? ହୁଏତ ଆପଣ ଟମାଟୋ ସୁପ୍‌, ମିକ୍ସ ସୁପ୍‌, କର୍ନ ସୁପ୍‌ ଇତ୍ୟାଦି ପ୍ରସ୍ତୁତ କରି ସନ୍ଧ୍ୟାରେ ପିଇଥିବେ।

ଶୀତ ଦିନେ ଗରମା ଗରମ ସୁପ୍ ପିଇବାକୁ ସମସ୍ତେ ପସନ୍ଦ କରିଥାନ୍ତି। ଏହା ଶରୀର ପାଇଁ ଲାଭକାରୀ ହେବା ସହ ସାଦିଷ୍ଟ ମଧ୍ୟ ଲାଗିଥାଏ। ଏଥିସହ ଓଜନ କମ୍‌ କରିବାରେ ମଧ୍ୟ ସୁପ୍ ସହାୟକ ହୋଇଥାଏ। କାରଣ ଆପଣ ଯେତିକି ପରିମାଣରେ ଫାଇବର ସେବନ କରିବେ ସେତିକି ମାତ୍ରାରେ ଆପଣଙ୍କର ପାଚନ ତନ୍ତ୍ର ମଜବୁତ୍ ହେବ । ଏହାଦ୍ୱାରା ଫ୍ୟାଟ୍‌ ଜମା ହୋଇନଥାଏ କିମ୍ବା ଶରୀରରେ ଚର୍ବି ବଢ଼ିନଥାଏ। କିନ୍ତୁ ଆଜି ଯେଉଁ ସୁପ୍‌ ବିଷୟରେ ଜାଣିବେ, ତାହା ଟେଷ୍ଟି ସହିତ ଓଝନ ହ୍ରାସ କରିବ। ତେବେ ଜାଣନ୍ତୁ କେମିତି ବନାଇବେ..

ଆବଶ୍ୟକ ସାମଗ୍ରୀ: କଖାରୁ, ବିଟ୍‌ ଲୁଣ, ଜୀରା ପାଉଡର, ଲୁଣ, ନଡିଆ କ୍ଷୀର, ପିଆଜ, ଲହୁଣୀ, ଲବଙ୍ଗ, ଅଦା ଏବଂ ପାଣି, ଚିକେନ।

ପ୍ରସ୍ତୁତି ପ୍ରଣାଳୀ: କଖାରୁକୁ ଭଲ ଭାବେ ଧୋଇ ଚୋପା ଛଡାଇ ଦିଅନ୍ତି। ଏହା ପରେ କଖାରୁକୁ ପତଳା ପତଳା କରି କାଟି ରଖିଦିଅନ୍ତୁ। ତା’ ପରେ ପିଆଜ କାଟି ରଖିଦିଅନ୍ତୁ। ଏବେ ଏକ ପାତ୍ରରେ ଅଳ୍ପ ଲହୁଣୀକୁ ହାଲକା ଗରମ କରିବା ପରେ ସେଥିରେ ଲବଙ୍ଗ, କଟା ପିଆଜ, ଅଦା ପକାଇ କିଛି ସମୟରେ ଭାଜିଦିଅନ୍ତୁ। ଏବେ କଟା ହୋଇଥିବା କଖାରୁ, ଲୁଣ ପକାଇ ଅଳ୍ପ ଭାଜିଦିଅନ୍ତୁ। ଏହାକୁ ଓହ୍ଲାଇ ଥଣ୍ଡା କରି ଗ୍ରାଇଣ୍ଡରରେ ଏହାକୁ ଗ୍ରାଇଣ୍ଡିଂ କରିଦିଅନ୍ତୁ। ସେଥିରେ ୨ କପ୍‌ ପାଣି ଢାଳି ଏକ ପେଷ୍ଟ ପ୍ରସ୍ତୁତ କରିଦିଅନ୍ତୁ।

soup pumpkin

ଏବେ ଏହି ପେଷ୍ଟକୁ ଏକ ପ୍ୟାନରେ ପକାଇ ଫୁଟାଇ ଦିଅନ୍ତୁ। ଫୁଟିବା ପରେ ସେଥିରେ ନଡିଆ କ୍ଷୀର, ଜୀରା ପାଉଡର, ବିଟ୍‌ ଲୁଣ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ। ତା’ ପରେ ଧନିଆ ପତ୍ର ପକାଇ ସଜାଇ ଦିଅନ୍ତୁ। କେବଳ ଏତିକି ନୁହେଁ ଏହାକୁ ସୁପ୍‌କୁ ଆଉ ଟିକେ ଟେଷ୍ଟି କରିବା ପାଇଁ ଏଥିରେ ଚିକେନ ମଧ୍ୟ ପକାଇପାରିବେ। ଏଥିରେ ମିକ୍ସ ହର୍ବସ ପକାଇ ମଧ୍ୟ ଟେଷ୍ଟି କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.