Below header

Google 2 step Verification: ଆଜିଠୁ ଲାଗୁ ହେଲା Googleର ନୂଆ ନିୟମ, ସମସ୍ତ ୟୁଜର୍ସ ବ୍ୟବହାର କରିବାକୁ ବାଧ୍ୟ

ଆକାଉଣ୍ଟକୁ ସୁରକ୍ଷିତ ରଖିବା ପାଇଁ ଆଜି ଠୁ ଗୁଗଲ ଲାଗୁ କଲା ୨ ଷ୍ଟେପ୍‌ ଭେରିଫିକେସନ୍‌। ଏନେଇ ପୂର୍ବରୁ ଗୁଗଲ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ଆକାଉଣ୍ଟକୁ ଅଧିକ ସିକ୍‌ୟୋର କରିବା ପାଇଁ ଏହି ନୂଆ ନିୟମ ଆସିବାକୁ ଯାଉଛି। ଏବେ ଏହାକୁ ଅଫିସିଆଲି ଲାଗୁ କରାଯାଇଛି। ଏଥିସହ ସମସ୍ତ ୟୁଜର୍ସ ଏହାକୁ ବ୍ୟବହାର କରିବା ଏବେ ବାଧ୍ୟତାମୂଳକ ହୋଇଛି। କମ୍ପାନୀର ଏହି ନୂଆ ନିୟମର ପ୍ରଭାବ ସମସ୍ତ ଗୁଗଲ ୟୁଜରଙ୍କ ଉପରେ ପଡ଼ିବ। ଏଣୁ ଆପଣଙ୍କୁ ଏହି ଅପ୍‌ଡେଟ୍‌ ହୋଇଥିବା ଭେରିଫିକେସନ୍‌ ସମ୍ପର୍କରେ ଜାଣିବା ନିହାତି ଆବଶ୍ୟକ। ଆସନ୍ତୁ ଜାଣିବା Google 2 step Verification କ’ଣ ଏହାକୁ କିଭଳି ବ୍ୟବହାର କରାଯାଏ…

ଟୁ- ଷ୍ଟେପ୍‌ର ଅର୍ଥ ହେଉଛି ଗୁଗୁଲ ଆକାଉଣ୍ଟର ସୁରକ୍ଷାରେ ଏକ ଅତିରିକ୍ତ ଲେୟାର ଯୋଡିବ। ଥରେ ଏହି ପ୍ରୋସେସ ହୋଇଗଲେ ଯେତେବେଳେ ବି ୟୁଜର୍ସ ନିଜର ଗୁଗୁଲ ଆକାଉଣ୍ଟ ଓପନ କରିବେ ୟୁଜର୍ସଙ୍କ ପାଖକୁ ଏକ ଓ୍ଵାନ୍ ଟାଇମ୍ ମେଲ କିମ୍ବା ମେସେଜ ଓଟିପି ଓ ପାସଓ୍ଵାର୍ଡ ଆସିବ। ତେବେ ଗୁଗୁଲ୍ ଆକାଉଣ୍ଟ ବ୍ୟବହାରକାରୀ ଯଦି ସେମାନଙ୍କର ଓ୍ଵାନ ଟାଇମ୍ ପାସଓ୍ଵାର୍ଡ ଆକାଉଣ୍ଟ ଖୋଲିବା ସମୟରେ ଦେଇଥିବେ ସେମାନେ ନିଜ ହିଁ ସେମାନଙ୍କ ଆକାଉଣ୍ଟକୁ ଲଗ୍ ଇନ୍ କରି ପାରିବେ। ଆପଣ ଯେତେବେଳେ ବି ନିଜର ଗୁଗୁଲ ଆକାଉଣ୍ଟ ଓପନ କରିବେ ସେହି ସମୟରେ ଆପଣଙ୍କ ପାସଓ୍ଵାର୍ଡ ବଦଳିଯିବ। ତେବେ ଆପଣଙ୍କ ଆକାଉଣ୍ଟ ପାସଓ୍ଵାର୍ଡ଼ ଚେଞ୍ଜେବୁଲ ବା ପରିବର୍ତ୍ତନ ହୋଇ ପାରିବ । ଯାହାକି ଆପଣଙ୍କ ଗୁଗୁଲ ଆରାଉଣ୍ଟକୁ ଅତିରିକ୍ତ ସୁରକ୍ଷା ଦେବ ଓ ଆପଣଙ୍କର ସମସ୍ତ ବ୍ୟକ୍ତିଗତ ଡାଟାକୁ ସୁରକ୍ଷିତ ରଖିବ। ରିପୋର୍ଟ ମୁତାବକ, ଗୁଗଲ ଟୁ- ଷ୍ଟେପ ଭେରିଫିକେସନକୁ ସକ୍ଷମ କରିବା ପାଇଁ ସବୁ ୟୁଜର୍ସଙ୍କୁ ଇମେଲ ଓ ଇନ-ଆପ ଭେରିଫିକେସନ ସେଣ୍ଡ କରାଯାଇଥିଲା।

ଗୁଗଲ ଆକାଉଣ୍ଚର ଟୁ-ଷ୍ଟେପ ଭେରିଫିକେସନ କରିବା ପାଇଁ ନିଜ ଆକାଉଣ୍ଟ ଅପଡେଟ କରି ନିଅନ୍ତୁ। ଏହା କରିବା ପାଇଁ ପ୍ରଥମେ ଆପଣଙ୍କର ଗୁଗୁଲ୍ ଆକାଉଣ୍ଟ୍ ଖୋଲନ୍ତୁ, ପରେ ନାଭିଗେସନ୍ ପ୍ୟାନେଲରେ ସେକ୍ୟୁରିଟି ଚୁଜ କରନ୍ତୁ। ତୃତୀୟ ଷ୍ଟେପରେ ଗୁଗୁଲରେ ସାଇନ୍ ଇନ୍ କରିବାର ବିକଳ୍ପ ଥିବ। ଦୁଇ-ଷ୍ଟେପ୍ ଭେରିଫିକେସନ ଚୟନ କରନ୍ତୁ। ଶେଷରେ ଅନ୍-ସ୍କ୍ରିନ୍ ଆକାଉଣ୍ଟକୁ ଫଲୋ କରନ୍ତୁ । ଏହା ଦ୍ୱାରା ଆପଣଙ୍କ ଗୁଗଲ ଆକାଉଣ୍ଟ ସୁରକ୍ଷିତ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.